Header-News-Banner

ତେନ୍ତୁଳିଖୁଣ୍ଟି ବ୍ଲକରେ ସାର ଗୋଦାମ ଉପରେ ପ୍ରଶାସନର କଡ଼ା ନଜର

0
WhatsApp Image 2026-03-31 at 6.40.09 PM

ଯାଞ୍ଚ ପରେ ବିକ୍ରି ଉପରେ ରୋକ

ତେନ୍ତୁଳି ଖୁଣ୍ଟି, :

କୃଷକମାନଙ୍କ ସୁବିଧା ଏବଂ ସାରର ସଠିକ୍ ବଣ୍ଟନ ନିଶ୍ଚିତ କରିବା ପାଇଁ ଆଜି ତେନ୍ତୁଳିଖୁଣ୍ଟି ପ୍ରଶାସନପକ୍ଷରୁ ଏକ ମିଳିତ ଯାଞ୍ଚ କରାଯାଇଛି। ତେନ୍ତୁଳି ଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ସମେତ ଭାରପ୍ରାପ୍ତ ଏଡି ଓ (In-charge ADO) ବି ଏଓ (BAO) ବରୁଣ ଧନଫୁଲ, ସହକାରୀ କୃଷି ଅଧୂକାରୀ ତଥା ସାର ପରିଦର୍ଶକ ପ୍ରତିଭା ତିରିଆ, କୃଷି ଓଭର୍ଶୀୟର ଜିତେନ୍ଦ୍ର ଟାକ୍ରି ଏବଂ ଏଟି ଏମ୍ ବାଳଗୋବିନ୍ଦ ସାହୁ ପ୍ରମୁଖ ଏହି ପରି ଦର୍ଶ ନରେ ସାମିଲ ଥିଲେ। ଅଧୂକାରୀମାନେ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ, ଅଞ୍ଚଳଗୁମ୍ମା ଲ୍ୟାମ୍ପ ଏବଂ

ଅଞ୍ଚଳର ୫ ରୁ ୭ ଜଣ ଲାଇସେନ୍ସ ଧାରିଙ୍କ ସାର ଗୋଦାମ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୋଦାମରେ ଥିବା ସାରର ଷ୍ଟକ୍ ରିପୋର୍ଟ ଏବଂ ପ୍ରକୃତ ସାମଗ୍ରୀର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ସାରର ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସି ବା ପର୍ଯ୍ୟନ୍ତ ସାର ବିକ୍ରି ନକରିବାକୁ ସମସ୍ତ ଡିଲର ଓ ଲ୍ୟାମ୍ପ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *