ନବୋଦୟ ପ୍ରବେଶିକା ପରୀକ୍ଷାରେ ଗୁଡ଼ଭେଲିପଦର ପ୍ରାଥମିକ ସ୍କୁଲର ସଫଳତା ।
କଣ୍ଟାମାଳ୩୧:୦୩:୨୦୨୬ (ପୂର୍ଣ୍ଣ ଚରଣ ସାହୁ )ଚଳିତ ବର୍ଷ ନବୋଦୟ ସ୍କୁଲ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡ଼ଭେଲିପଦର ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ସ୍ୱୟଂଶୁ ସତ୍ୟପ୍ରଜ୍ଞ ମିଶ୍ର(ସଙ୍କେତ) କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି, ଗ୍ରାମବାସୀ ଖୁସି ବ୍ୟକ୍ତ କରି ସ୍କୁଲ ପରିସରରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସ୍ଵୟଂଶୁ ହେଉଛନ୍ତି ସାମ୍ୱାଦିକ ସୁଶିଳ ମିଶ୍ର ଓ ଗୃହିଣୀ ପୁଷ୍ପାଞ୍ଜଳି ଯୋଶୀଙ୍କ କନିଷ୍ଠ ପୁତ୍ର। ସୂଚନାଯୋଗ୍ୟ ଯେ ୨୦୨୨ରେ ସୁଶିଳଙ୍କ ଜ୍ୟେଷ୍ଠ ପୁତ୍ର ସ୍ଵସ୍ତିକ ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।