Header-News-Banner

ଋଣ୍ଡିମହୁଲ ପଂଚାୟତ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ରେ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-03-31 at 6.32.20 PM

କଣ୍ଟାମାଳ ୩୧:୦୩:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମ ପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଏଵଂ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସର୍ବମୋଟ
୬୭ଜଣ ହିତାଧୀକାରୀ ଅଂଶଗ୍ରହଣ କରିଥିଲେ ଏଵଂ ସେଥି ମଧ୍ୟରୁ ୨୮ଜଣଙ୍କୁ ହୁଇଲ ଚେୟାର,ସମେତ ଅନ୍ୟ ମାନଙ୍କୁ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ ଅଧକ୍ଷତା କରି ଥିବା ବେଳେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ବ୍ଲକ ର ସିନିୟର କ୍ଲର୍କ ସୁରେଶ ମେହେର, ଅନିଲ ପ୍ରଧନ ଯୋଗଦାନ କରିଥିଲେ, lଏହି କାର୍ଯ୍ୟକ୍ରମକୁ ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ବ୍ଲକର କର୍ମଚାରୀ ମଣ୍ଟୁ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ l ଉଦିତ ପ୍ରଧାନ, ନୟନ ବାଘ, ରମେଶ ମହାକୁଡ଼ ଙ୍କ ସମେତ ପଂଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *