ଶହୀଦ ଜଗବନ୍ଧୁ ପରିବାର ବର୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୋଲିସ ପ୍ରଶାସନ,
ନାରାୟଣପାଟଣା,୩୧/୩(ମିଲନ ଦାସ )-ମାଓବାଦୀ ଙ୍କ ଦ୍ବାରା ଶହୀଦ ହୋଇଥିବା ନାରାୟଣପାଟଣା ବ୍ଲକ ଡୁମୁସିଲି ଗାଁ ର ଶହୀଦ ଜଗବନ୍ଧୁ ତାଡିଙ୍ଗୀ ପରିବାର କୁ ଭେଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କୋରାପୁଟ ପୋଲିସ।ଆଜି କୋରାପୁଟ ପୋଲିସ ତରଫରୁ ଲଖ୍ମୀପୁର ଏସ୍ ଡି ପି ଓ ମନୋଜ କୁମାର ବେହେରା ,ଥାନା ଅଧିକାରୀ ମମତା ପଣ୍ଡା,ଏସ୍ ଆଇ ନରସିଂହ ପାଢ଼ୀ ,ଏସ୍ ଆଇ ,ରମେଶ ମହାପାତ୍ର ସମେତ ଅନ୍ୟ ଅଧିକାରୀ ଶହୀଦ ହୋଇଥିବା ଗ୍ରାମ ରକ୍ଷୀ ଶହୀଦ ଜଗବନ୍ଧୁ ତାଡିଙ୍ଗୀ ପରିବାର ସହ ଭେଟି ଶ୍ରଦ୍ଧାଞ୍ଜଳି ଦେଇ ଓଡ଼ିଶା ପୋଲିସ ତରଫରୁ ଏକ ସ୍ମୃତି ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଫୁଲତୋଡ଼ା ,ସ୍ମାରକୀ ସହ ମିଠା ଫଳ ଶାଢୀ ପରିବାର କୁ ଖେଳନା ଆସବାବପତ୍ର ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ନାରାୟଣପାଟଣା ବ୍ଲକ ରେ ଯେତେବେଳେ ମାଓ ବାଦୀ ,ଚାଷୀ ମୂଲିଆ ଆଦିବାସୀ ସଂଘ ର ଦବଦବା ଆତଙ୍କ ରାଜ ଚାଲାଥିବା ବେଳେ ବଳି ପଡିଥିଲେ ଜଗବନ୍ଧୁ ତାଡିଙ୍ଗୀ।ସେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ ।ପୋଲିସ ଇନଫର୍ମର ସନ୍ଦେହରେ ଯେତେବେଳେ ସମସ୍ତେ ନୁତନ ବର୍ଷ କୁ ଉପଭୋଗ କରୁଥିଲେ ୩୧.୧୨.୨୦୦୯ ମସିହାରେ ହାତ ଗୋଡ଼ ବାନ୍ଧି ଘରୁ ଡାକାନେଇ ନିସ୍ତୁକ ମାଡ଼ ମାରି ପୋତି ଦେଇଥିଲେ।ପରିବାର ଲୋକେ ଭୟରେ ମୁହଁ ଖୋଲିବାକୁ କରିଥିଲେ ।ହତ୍ୟାର ୬ ମାସ ପରେ ଶବ ପାଇଥିଲେ ପରିବାର ଲୋକେ।ଆଜି ବି ମନରେ ଭୟ ଜାରି ରହିଛି ।ନିଜ ଜନ୍ମ ମାଟି କୁ ଆଉ ଫେରିନାହାନ୍ତି।ବିସ୍ଥାପିତ କଲୋନୀ ରେ ତିନି ଭୋଉଣୀ ,ତିନି ଭାଇ ମାଁ ସହ ଘର କରି ରହିଆସିଛନ୍ତି ଜଗବନ୍ଧୁ ର ପରିବାର ।ସେଦିନ ର କାଳ ରାତ୍ରୀ ର ଘଟଣା ବଖାଣି ଆଖିରୁ ଲୁହ ଝରେଇ ବଖାଣିଥିଲା ବଡ ପୁଅ ବାପି ତାଡିଙ୍ଗି ।ବାପ ର ମୃତ୍ୟୁ ପରେ ଦୁଇ ଭାଇ ତିନି ଭୋଉଣୀ ଙ୍କୁ ନେଇ କିପରି ପ୍ରାବଧାନ ପୋଷଣ କରୁଥିଲେ ଗୋଟି ଗୋଟି କରି ଦୁଃଖ ବଖାଣିଥିଲେ ପରିବାର ବର୍ଗ । ସେତେବେଳେ ବାପା ମୃତ୍ୟୁ ର ସରକାର ସହାୟତା ୫ ଲକ୍ଷ ପାଇଥିଲେ । ଗାଁ ଭିଟାମାଟି କୁ ଆଜି ବି ଫେରିବାକୁ ଭୟ ଲାଗୁଛି ।ଜମିବାଡ଼ି ଘରଡିହ ଛାଡ଼ି ଆଉ ଯିବାକୁ ସାହସ କରିପାରୁନାହାନ୍ତି।ବାପା ଜଗବନ୍ଧୁ ଯେପରି ପୋଲିସ ବିଭାଗରେ ଅଳ୍ପ ଟଙ୍କା ପାଇ ଗ୍ରାମ ରକ୍ଷୀ ଭାବେ ଶହୀଦ ହୋଇଥିଲେ ,ବାପା ସ୍ମୃତି ପାଇଁ ଯୁକ୍ତ ଦୁଇ ପାସ୍ କରି ବେକାର ଥିବା ବଡ଼ ପୁଅ ବାପି ତାଡିଙ୍ଗି କୁ ଗୃହରକ୍ଷୀ ଭାବେ ପୋଲିସ ବିଭାଗ ନିଯୁକ୍ତି ଦେଲେ ହୁଏତ ପରିବାର ପୋଷଣ କରିହେବ ବୋଲି ଏସ୍ ଡି ପି ଓ ମନୋଜ କୁମାର ବେହେରା ଙ୍କୁ ଅନୁରୋଧ କରିଥିଲେ ପରିବାର ବର୍ଗ ।ଦୁଃଖ ଦୁର୍ଦିନରେ ଚଳୁଥିବା ଜଗବନ୍ଧୁ ର ପରିବାର ଏବେ ପୋଲିସ ର ସହାୟତା ଅପେକ୍ଷାରେ।ଅନ୍ୟପଟେ ପରିବାର ବର୍ଗ ର ଦୁଃଖ ଶୁଣି ଏସ୍ ଡି ପି ଓ ମନୋଜ କୁମାର ବେହେରା କହିଛନ୍ତି ଯେ ଗୃହରକ୍ଷୀ ପଦବୀ ପୁରଣ ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବି ।ଯଥା ସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।