(ମେଡିକାଲ କର୍ମଚାରୀ ସଂଘକୁ ବିରୋଧ କରୁଥିବା କର୍ମଚାରୀ ମାନଙ୍କ ବିରୁର୍ଦ୍ଧରେ ଜିଲ୍ଲା ସଂଘ ତରଫରୁ ଏକ ଜରୁରୀ କାଳୀନ ବୈଠକ)ମୟୁରଭଞ୍ଜ :(ଦେବ କୁମାର )ବାରିପଦା :
୧୧/୦୫/୨୦୨୬ ରିଖ ଦିବା ୧୧ ଘଟିକା ସମୟରେ ଓଡିଶା ମେଡିକାଲ କର୍ମଚାରୀ ସଂଘ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ବାରିପଦା କର୍ମଚାରୀ ସଂଘ ଗୃହଠାରେ ରାଜ୍ୟ ଉପ-ସଭାପତି ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଦେଓଙ୍କର ସଭାପତିତ୍ୱରେ ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ସମ୍ପାଦକ ସୁଶିଲ କୁମାର ସାହୁ ପ୍ରଶ୍ନ କରିଥିଲେ, ଆମ ଓଡିଶା ମେଡିକାଲ କର୍ମଚାରୀ ସଂଘର ରେଜିଷ୍ଟାର ନଂ-୨୪, ତା.୨୨/୦୫/୧୯୪୬ କୁ ଆଧାର କରି ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ନାମରେ ଅନ୍ୟ ଏକ ସଂଘ ଗଢି ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଏବଂ ଭିତ୍ତିହୀନ । ଯଦି ସଂଘର କୌଣସି ସ୍ୱୀକୃତିପ୍ରାପ୍ତ ଦସ୍ତାବିଜ୍ ଥାଏ ତାହା ପ୍ରମାଣ କରନ୍ତୁ । ତେଣୁ ଉକ୍ତ ବୈଠକରେ ସ୍ଥିର କରାଗଲା । ଯେଉଁମାନେ ସଂଘ ବିରୋଧି କାର୍ଯ୍ୟ କଳାପ କରୁଛନ୍ତି ତାଙ୍କ ବିରୋଧରେ ସଂଘର ନିୟମ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।