୧୭ରୁ ବନ୍ଦହେବ ଇନ୍ଦ୍ରାବତୀ ରବି ଜଳସେଚନ
ଭବାନୀପାଟଣା,୧୩/୫(ଶ୍ୟାମସୁନ୍ଦର ମାଝୀ ) ଚଳିତବର୍ଷ ମ୍ଭାବନା ଜଳସେଚନ ବ୍ୟବସ୍ଥାରେ ସର୍ବାଧିକ ୭୬, ୪୩୦ରେ କର ଜମିରେ ଜଳସେଚନର ସୁଯୋଗ ଦେଇ ଏକ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ୧୭ତାରିଖରୁ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । କେତେକ ଅଞ୍ଚଳରେ ଧାନର ସ୍ଥିତାବସ୍ଥାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ମେ ୭ ପରିବର୍ତ୍ତେ ୧୭ ତାରିଖ ପର୍ଯ୍ୟନ୍ତ ଜଳସେଚନ ଜାରି ରହିବ ବୋଲି ସୂଚନା ମିଳିଛି । ଏହି ନିଷ୍ପତିକୁ ତଳିଆ ଅଞ୍ଚଳର ଚାଷୀ ସ୍ୱାଗତ କରିଛନ୍ତି । ଚଳିତ ରବିରେ ଜଳସେଚନର ଶୁଭାରମ୍ଭ ଦିନ ଜଳ ଭଣ୍ଡାର ର ଜଳସ୍ତର ୬୪୦.୭୧ମିଟର ଅର୍ଥାତ ୮୮.୩୪ପ୍ରତିଶତ ରହିଥିଲା। ଗତବର୍ଷ ସେହି ଦିନରେ ୬୩୨.୧୬ ଅର୍ଥାତ ୩୩,୮୫ପ୍ରତିଶତ ରହିଥିଲା l ଆଜିର ଦିନରେ ଗତବର୍ଷ ୬୨୭.୩୭ ଅର୍ଥାତ ୧୦.୦୩ ପ୍ରତିଶତରେ ରହି ସର୍ବନିମ୍ନ ସ୍ତରକୁ ଖସି ସହିଥିଲା। ଚଳିତ ରବିରେ କାମମୁଖ୍ୟ କେନାଲରେ ୩୭,୫୦୦ ହେକ୍ଟର ଦକ୍ଷିଣ ମୁଖ୍ୟ କେନାଲରେ ୨୦,୦୭୩ ଓ ମେଗା ଉଠାଜଳସେଚନ କେନାଲରେ ୧୮,୮୫୫ର ଜମିରେ ଜଳସେଚନ ଦିଆଯାଇଥିବା ପ୍ରକାଶ । ଚାଷଜମିର ଆବଶ୍ୟକତାକୁ ନଜରରେ ରଖି ବାମମୁଖ୍ୟ କେନାଳରେ ଆଜି ୪୯.୭୫୧କୁମେସ୍କ , ଦକ୍ଷିଣ ମୁଖ୍ୟ କେନାଳରେ ୧୧,୧୫ ମସାଲିଟ କେନାଲ ରେ ୧୫ କୁମକ୍ସ ଜଳ ସେଚନ ଉପଲବ୍ଧ କରାଯାଉଛି। ପରବର୍ତ୍ତି ଖରିଫ ପ୍ରସ୍ତୁତି ଓ ଚାଷୀଙ୍କ ପାଣିର ଆବଶ୍ୟକତାକୁ ନଜର ରେ ରଖି ଆସନ୍ତା ୧୭ ତାରିଖ ରବି ଜଳସେଚନ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଭାଗ କହିଛି l