୩୫ମୃତକ ଙ୍କୁ ଦିଆଯାଇଛି ଚାଉଳ ଖୋଲାସା କରିଦେଲା ସାମାଜିକ ସମିକ୍ଷା
ବୈଠକ : ବିଷମକଟକ : ୧୫/୫/(ପ୍ରଶାନ୍ତକୁମାର ପାତ୍ର ) ରାୟଗଡା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତି କାର୍ଯାଳୟ ପରିଷରେ ହୋଇ ଥିବା ସାମାଜିକ ସମିକ୍ଷା ବୈଠକରେ ସାମାଜିକ ସମିକ୍ଷକ ଆଖିତରଟି ଗଲା ଭଲି ତଥ୍ୟ ଉପସ୍ଥାପନା କରିଛନ୍ତି | ଏପ୍ରିଲମାସ ୨୦୨୫ପର୍ଯ୍ୟନ୍ତସମସ୍ତ ବ୍ଲକର ଖାଦ୍ୟ ସୁରକ୍ଷା ଆଇନର କରାଯାଇଥିବା ବେଳେ ଥୁଆପାଡ଼ି ଗ୍ରାମପଞ୍ଚାୟତର ସାହୁ ହିକକା. ଲକୁ ପିରିବାକା. ବୁଡୁ ପିରିପେକା କିରୁପିରିପେକା. ଦଣ୍ଡାସି ୱାଡ଼କା. କମଳାମଣି ପୀଡିକାକା. ଦାନୁ ପେରିପାକା. କୁନିମିଣିଆକା. ଏବଂ ରିନା ବିଡ଼ିକା ସମୁଦାୟ ୧୫ଜଣ ହିତାଧିକାରୀ ଗତ ୨୦୨୧ରୃ ୨୦୨୨ ମସିହା ଭିତରେ ମୃତ୍ୟୁ ବରଣ କରିଥିବା ସ୍ୱତେ ଏପ୍ରେଲ ୨୦୨୫ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ପଞ୍ଚାୟତ ରୁ ଚାଉଳ ପ୍ରଦାନ କରାଯାଇଥିବା ନଜର କୁ ଆସିଛି ସେହିପରି ଝିଗିଡି ଗ୍ରାମପଞ୍ଚାୟତ ର କାଶ କୁଣ୍ଡିକା. ଦୁଖି କୁଶୁଳିଆ ଅର୍ଜୁନ କୁଟ୍ରୁକା ସୋନା ଉର୍ଲାକା. ସଦାଶିବ କୁଟ୍ରୁକା. ଲଷ୍ମୀକୁଟ୍ରୁକା. ୱା ଣ୍ଡି ପ୍ରାସ୍କା. ବାସୁ କୁଟ୍ରୁକା ରାମ ଶିଙ୍ଗ କୁଟ୍ରୁକା. ମୋହନ ବେହେରା. ପୁରୁ ପିଡ଼ିକାକା ‘ ଦିଶାରି ଉର୍ଲାକା ରୋଜିତା ବେହେରା କାଳିନ୍ଦ୍ରି ଲୋୟା କରଣ୍ଡି ହିକକା. ନରି ହିକକା. ରି ହିକକା. ମୁକୁ ହିକକା. ରାପାଦେଇ ହିକକା ଏବଂ ସିତାଈ ଜାକାଶିକା ଙ୍କ ତିନି ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ସ୍ୱତେ ଚାଉଳ ପାଉଥିବା ତଥ୍ୟ ସାମାଜିକ ସମିକ୍ଷକ ନମିତା ୱାଡ଼କା ସମିକ୍ଷା ବୈଠକରେ ଉପସ୍ଥାପନା କରିଛନ୍ତି | ଦୀର୍ଘ ଦିନ ହେବ ମୃତ ହିତାଧିକାରୀ ଙ୍କୁ ଚାଉଳ ପ୍ରଦାନ କରାଯାଇଥିବା ଦର୍ଶାଯାଉଥିବା ଘଟଣା କିପରି ଭିଵାଗୀୟ ବାବୁ ମାନଙ୍କ ନଜର କୁ ଆସିଲା ନାହିଁ ତାହା ଅନେକ ପ୍ରଶ୍ନ ଉଙ୍କି ମାରୁଛି | ଏହି ଘଟଣା କୁ ନେଇଆମ୍ଭେ ବିଷମ କଟକ ବ୍ଲକ ନିରି କ୍ଷକ ଧିରେନସାହୁ ଙ୍କ ସହ ଯୋଗା ଯୋଗ କରିଥିବା ବେଳେ ମୃତ ହିତାଧିକାରୀ ଙ୍କୁ କିପରି ଦୀର୍ଘଦିନ ଚାଉଳ ପ୍ରଦାନ କରାଗଲା ସେ ନେଇ ସଂପୃକ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ କୈଫତ ତଳବ କରିବୁ ବୋଲି ସେ ପ୍ରକାଶ କରିଛନ୍ତି | ହେଲେ ଆଗାମୀ ଦିନରେ ଏଭଳି ଗରିବ ଚାଉଳ କୁ ହେର ଫେର କରିଥିବା ଘଟଣା ଉପରେ ପ୍ରଶାସନ କେଉଁ କେଉଁ ପଦକ୍ଷପ ନେଉଛି ତାକୁ ନେଇ ସମସ୍ତଙ୍କ ନଜର ରହିଛି