ବିଜେପି କଳାହାଣ୍ଡି ଜିଳ୍ଳା ଅନୁସୁଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ହେଲେ ସୁଧୀର ଚନ୍ଦ୍ର ବାଗ
କଳାହାଣ୍ଡି,ଧର୍ମଗଡ ଉପଖଣ୍ଡ ୧୪/୦୫: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା ,ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳର ଲୋକପ୍ରିୟ ଯୁବ ନେତା ସୁଧୀର ବାଗ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଭାବେ ଚୟନ ହୋଇଥିବାରୁ ଧର୍ମଗଡ,ପର୍ଲା ତଥା ଦଣ୍ଡପାଟ ଅଞ୍ଚଲରେ ଖୁସିର ଲହରୀ ଖେଳି ଯାଇଛି। ଶ୍ରୀ ବାଗ କଳାହାଣ୍ଡି ରାଜନୀତିର ଜଣେ ସଂଗ୍ରାମୀ ଯୁବ ନେତା।ତାଙ୍କ ରାଜନୀତି ଛାତ୍ର ଜୀବନ ବେଳରୁ ଆରମ୍ଭ ହୋଇଥିବା ସହ ତତ୍ କାଳୀନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ , ସାଂସଦ ବିକ୍ରମ କେଶରୀ ସିଂଦେଓ ଙ୍କ ବିଜୟୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଗଠନ ସମୟରୁ ୨୦୧୪ ସାଧାରଣ ନିର୍ବଚନରେ ଧର୍ମଗଡ ବ୍ଲକ ସଭାପତି ଭାବରେ ଦକ୍ଷତାର ସହ ନିଜ ଦାୟିତ୍ୱ ସୁଚାରୁ ରୁପେ ତୁଲାଇବା ସହ ନିଷ୍ଠାପର ଭାବରେ ରାଜନୀତି କ୍ଷେତ୍ରରେ ନିଜର ସେବା ଜାରି ରଖିଛନ୍ତି।୨୦୧୭ ପଞ୍ଚାୟତ ନିର୍ବାଚନରେ ଧର୍ମଗଡ ପର୍ଲା ମଣ୍ଡଳର ସଭାପତି ଭାବେ ଦକ୍ଷତାର ସହ ନିର୍ବାଚନ ଗୋଟି ଚାଳନା କରି ବିଜେଡି କୁ ମାତ୍ ଦେଇ ନିଜର ଦଳର ଜିଲ୍ଲା ପରିଷଦ ପ୍ରତିନିଧି ବିମଳା ବାଗକୁ ଜିତେଇବ ବାରେ ପ୍ରମୁଖ ଭୂମିକା ନିଭେଇ ଥିଲେ।ତାପରେ ଜିଲ୍ଲା ସ୍ତରରେ ରାଜନୀତି ରେ ଚର୍ଚ୍ଚିତ ଚେହେରା ହେଲେ। ଏପରିକି ବିଭିନ୍ନ ନିର୍ବାଚନ ସମୟରେ ସେ ବିଭିନ୍ନ ଜିଲ୍ଲାକୁ ଯାଇ ନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ।ଦଳର ଜଣେ ସଚ୍ଚୋଟ ଓ ଟାଣୁଆ ନେତା ଯୋଗୁ ତାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ମନୋନୀତ କରାଯାଇଥିବା ଦଳର ବରିଷ୍ଠ ସଦସ୍ୟ ମାନେ ପ୍ରକାଶ କରିଛନ୍ତି।ସେ ଦଳର ରାଜ୍ୟ ସାଂସଦ ସୁଜିତ କୁମାର ,ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ,ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।