ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ଭାଷା ସାହିତ୍ୟ ଗବେଷକଙ୍କ ଆଗମନ
ଝୁମ୍ପୁରା, ୨୦/୦୩ – ୧୯୯୩ ମସିହାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତ୍ର ସାଢେ଼ ଚାରିଶହ ଦରମାରେ ପ୍ରାଥମିକ ଗୁରୁଜୀ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରି ୧୯୯୭ ମସିହାରେ ସରପଞ୍ଚ ଏବଂ ତାପରେ ୨୦୦୦ ମସିହାରୁ ସଫଳ ବିଧାୟକ ହୋଇ ୨୦୨୪ ମସିହା ଜୁନ୍ ମାସ ୧୨ ତାରିଖ ଦିନ ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଜୀବନର ଆଦ୍ୟ ବୃତ୍ତି କ୍ଷେତ୍ର ଝୁମ୍ପୂରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉପସ୍ଥିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତଙ୍କୁ ” ଓଡ଼ିଶା ପ୍ରଗତିର ସାଥୀ ଓ ସାରଥି ମୋହନ ଚରଣ” ପୁସ୍ତକ ପ୍ରଦାନ ଅବସରରେ ସମାଜସେବୀ ଗଣେଶ୍ୱର ମହାନ୍ତ, ବାଗଲ ଚରଣ ବ୍ରହ୍ମ, କୃଷ୍ଣ ଚରଣ ମହାନ୍ତ, ନାରାୟଣ ଦେଓ, ସମାଜ ସଂସ୍କାରକ ତୁଳସୀରାମ ଜଗତ, ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୀବନାଦର୍ଶର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପରେ ସର୍ବ ପ୍ରଥମ ଗବେଷଣାଧର୍ମୀ ପୁସ୍ତକ ରଚନା କରି ପ୍ରକାଶ କରିଥିବାରୁ ଲେଖକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।