ଚାଷୀକୁଳ ଆଜି ହତାଶ ପଡି ରହିଛି ଧାନବସ୍ତା
ତିହିଡିରୁ ରତିକାନ୍ତ ଦାସ
କଳିଙ୍ଗ ଫୋକସ ପେପର
ତିହିଡି ବ୍ଲକ ଅନ୍ତର୍ଗତ ରାଜନଗର ପଂଚାୟତ ଚାରିତରଫ ସମବାୟ ସମିତି ପକ୍ଷରୁ ଆଜି ରାସ୍ତାରେ ବସି ଆନ୍ଦାଳନ କରିଛନ୍ତି ଚଷୀଭାଇ ମାନେ l ଚାଷି ଙ୍କ ଦୁଃଖ ବୁଝୁଛି କିଏ. ଚାଷା ଭାଇ ଆଜି ରାସ୍ତା ଉପରେ କାରଣ ମଣ୍ଡିରେ ଧାନ ଉଠାକୁ କେନ୍ଦ୍ରକରି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା କୁ ଅବରଧ କରିଛନ୍ତି ଚାଷୀ. ହଜାର ହଜାର ବସ୍ତା ମଣ୍ଡି ବାହାରେ ପଡ଼ିରହିଛି. ସେପଟେ ବର୍ଷା କୁ ଡରଲାଗୁଛି ଏହାରି ଭିତରେ ଚାଷୀ ହନ୍ତସନ୍ତ ହେଉଛନ୍ତି. ଚାଷୀ ହତାଶ. ମଣ୍ଡିକୁ ଧାନ ଦେଇଥିବା ଚାଷୀ ଟଙ୍କା ପାଇପାରୁନି କି? ଧାନ ଉଠୁନାହଁ. ଏହାର ସମାଧାନ ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ଚାଷୀକୁଳ. ସମାଧାନର ବାଟଫିଟାଇ ଥିଲେ ତିହିଡି ତହସିଲଦାର. ଚାଷୀ ଭାଇମାନଙ୍କୁ ବୁଝାସୁଜା କରି ପ୍ରତେକ ଦିନ ଗୋଟେ ଗୋଟେ ଟ୍ରକ ଆସି ଧାନ ଉଠାଇବାର ବ୍ୟବସ୍ଥା କରିଛନ୍ତି. ତାପରେ ଚାଷୀଭାଇ ମାନେ ଅବରଧ କରିଥିବା ରାସ୍ତାକୁ ପ୍ରତ୍ୟାଖାନ କରିଛନ୍ତି l