Header-News-Banner

ଉଜ୍ଜ୍ବଳା ଗ୍ୟାସ ଗ୍ୟାସ ଉପରେ ଉପରେ ବ୍ୟବସାୟୀଙ୍କ ନଜର

0
WhatsApp Image 2026-03-20 at 2.24.02 PM

ପାପଡାହାଣ୍ଡି,ତା ୨୦/୩

ରାଜ୍ୟ ରେ ଘରୋଇ ଏଲପିଜି ଗ୍ୟାସର ଅଭାବ ଜାରି ରହିଥ‌ିବା ବେଳେ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କେତେକ ବ୍ୟବସାୟୀ ଉଜ୍ଜ୍ବଳା ମିଳୁଥୁବା ଘରୋଇ ଯୋଜନାରେ ଗ୍ୟାସକୁ ବେଆଇନ ଭାବେ ବ୍ୟବସାୟିକ କାମରେ ବ୍ୟବହାର କରୁଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କୌଣସି ଚଢ଼ଉ କିମ୍ବା ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ପାପଡାହାଣ୍ଡି ବ୍ଳକର ବିଭିନ୍ନ ହୋଟେଲ, ଢାବା, ଫାଷ୍ଟ ଫୁଡ ସେଣ୍ଟର ଓ ଠେଲା ଗୁଡିକରେ ଉଜ୍ଜ୍ବଳା ଯୋଜନାର ଗ୍ୟାସ ସିଲିଣ୍ଡର ବ୍ୟାପକ ଭାବେ ବ୍ୟବହାର ହେଉଥିବା ଜଣାପଡ଼ିଛି। ଯଦିଓ ଏହା ସଂପୂର୍ଣ ବେଆଇନ, ତଥାପି ଏହି ଅନିୟମିତତା ଉପରେ ପ୍ରଶାସନର ନଜର ପଡୁନାହିଁ।

ଢାବା ଓ ହୋଟେଲରେ ଚଢ଼ଉ ହେଉନି

କମର୍ସିଆଲ ଗ୍ୟାସ ସିଲିଣ୍ଡରର ଯୋଗାଣ କମିଯାଇଥିବାରୁ ହୋଟେଲ ଓ ଢାବା ଚାଳକମାନେ ବିକଳ୍ପ ଭାବେ ଉଜ୍ଜ୍ବଳା ଗ୍ୟାସକୁ ବ୍ୟବହାର କରୁଛନ୍ତି। ବ୍ୟବସାୟୀମାନଙ୍କ ନଜର ଏବେ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ହିତାକାରୀଙ୍କ ଉପରେ ରହିଛି। ଗ୍ରାମାଞ୍ଚଳର ହିତାକାରୀମାନେ ନିୟମିତ ଗ୍ୟାସ ନେଉନଥିବାରୁ

ଏଜେଣ୍ଟମାନଙ୍କ ଦ୍ବାରା ସେମାନଙ୍କୁ ଚିହ୍ନଟ କରାଯାଇ ଡିଲର ଓ ଡେଲିଭରି କର୍ମଚାରୀମାନେ ସେମାନଙ୍କ ସହ ମିଳିତ ଭାବେ ଗ୍ୟାସ କଳାବଜାରୀ କରିଥିବା ଅଭିଯୋଗ ହେଉଛି। ଏକ ଗ୍ୟାସ ସିଲିଣ୍ଡର ଲାଗି ୭୦୦ରୁ ୮୦୦ ଟଙ୍କା ଅଧିକ ଦେବାକୁ ବ୍ୟବସାୟୀମାନେ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ମଧ୍ୟ କେତେକ ଗ୍ୟାସ ବିତରକ ସଂସ୍ଥା ଟାର୍ଗେଟ ପୂରଣ

ଲାଗି ଏଭଳି ଅନିୟମିତ ଯୋଗାଣ ା କୁହାଯାଉଛି । କରୁଥିବା

ବର୍ତ୍ତମାନ କମର୍ସିଆଲ ଗ୍ୟାସ ଯୋଗାଣ ପ୍ରାୟ ବନ୍ଦ ଥିବାରୁ ବଡ଼ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନମାନ ସମସ୍ୟାରେ ପଡ଼ିଛନ୍ତି । ଏହି କାରଣରୁ ସେମାନେ ଉଜ୍ଜ୍ବଳା ଗ୍ୟାସ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଏପରି ବେଆଇନ କାରବାର ଖୋଲାଖୋଲି ଭାବେ ଚାଲୁଥିବା ବେଳେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଲୋକମାନେ ଢାବା, ହୋଟେଲ ଓ ଫାଷ୍ଟ ଫୁଡ ସେଣ୍ଟରଗୁଡିକରେ ଚଢ଼ଉ କରି ଏହି ଅନିୟମିତତାକୁ ରୋକିବା ସହ ଦାୟୀ ସଂସ୍ଥା ଓ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ଦାବି କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *