ଜାତୀୟ ରାଜପଥ ରେ ନାକା, ଅନ୍ୟ ରାସ୍ତା ଫାଙ୍କା
ଜଳେଶ୍ବର,୨୪/୩(ବରୁଣ ହୁଇ )ଉତ୍ତେଜନା ପୂର୍ଣ୍ଣ ପଶ୍ଚିମବଂଗ ବିଧାନ ସଭା ନିର୍ବାଚନ ରେ ଅପରାଧ ଭିଆଇ ଦୁର୍ବୁତ୍ତ ମାନେ ଆତ୍ମ ସୁରକ୍ଷା ଲାଗି ପଡୋଶୀ ରାଜ୍ୟ ଓଡ଼ିଶା ରେ ଆତ୍ମଗୋପନ କରିଥାନ୍ତି।ଏହା ସହ ଓଡ଼ିଶା ରୁ ଭଟାଟିଆ ଅପରାଧୀ ମାନେ ଚଳା ଚଳ କରିବା ସହିତ ବେଆଇନ୍ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଚୋରା ଟଙ୍କା ଯୋଗାଣ ଆଶଙ୍କା ରହିଛି।ଏସପି ଙ୍କ ନିର୍ଦ୍ଦେଶରେ ୧୬ ତାରିଖ ଠାରୁ ୬୦ ଜାତୀୟ ରାଜପଥ ଲଖ୍ମଣନାଥ ନାଥ ଟୋଲ ପ୍ଲାଜା ନିକଟରେ ପଶ୍ଚିମବଂଗ କୁ ଯାଉଥିବା ଯାନ ଯାଞ୍ଚ ହେଉଛି।ଏହା ସହିତ ଦିଘା ସୀମା ଓ ରାଇବଣିଆ ର ଚୁଡ଼ାମଣି ପୁର ସୀମାନ୍ତ ରେ ନାକା ପଏଣ୍ଟ ବସାଇ ପ୍ରହରା ଦିଆଯାଉଛି ।ଜଳେଶ୍ବର ପୁଲିସର ର ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଓଡ଼ିଶା ସୁଇପ୍ ଏକସନ ଫୋର୍ସ ମିଳିତ ଭାବେ ଯାନ ଗୁଡ଼ିକୁ ଯାଞ୍ଚ କରୁଛନ୍ତି। କିନ୍ତୁ ଓଡ଼ିଶା-ପଶ୍ଚିମବଙ୍ଗ କୁ ଲାଗି ୮୩ ଟି ଗାଁର ଗଳାବାଟ ଓ ବହୁ ଆନ୍ତଃରାଜ୍ୟ ସଡ଼କ ପଥ ମୁକୁଳା ପଡ଼ିଛି। ନିକଟରେ ଥିବା ଅଗ୍ରୱାଲ ଛକ ଜଗନ୍ନାଥ ସଡ଼କ ଓ ୫୭ ନଂ ରାଜ୍ୟ ରାଜପଥରେ ଅପରାଧୀ ଅବାଧରେ ଚଳପ୍ରଚଳ କରି ପାରିବେ।ସୁରକ୍ଷା ଦୃଷ୍ଟିରୁ ବହୁ ଆନ୍ତଃରାଜ୍ୟ ସଂଯୋଗ ସଡକରେ ପ୍ରହରା ଦେବାର ଆବଶ୍ୟକ ରହିଛି। ଆଶ୍ଚର୍ଯ୍ୟ ବିଷୟ ପଶ୍ଚିମବଂଗ ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଯାନ ଗୁଡ଼ିକୁ ଆଦୈ ଯାଞ୍ଚ କରାଯାଉନାହିଁ। ଦୀପ ତଳେ ଅନ୍ଧାର ସଦୃଶ ନିକଟ ରେ ଥିବା ସଡକରେ ଅପରାଧୀ ମାନେ ସହଜରେ ଅନୁପ୍ରବେଶ କରିପାରିବେ ବୋଲି ଆଲୋଚନା ହେଉଛି। ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ଅପାରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ଏଭଳି ଯାଞ୍ଚ ହେଉଥିବା ଜଣାପଡିଛି,