କବି ରାଧାଶ୍ୟାମ ମହାନ୍ତି ଙ୍କ କବିତା ପୁସ୍ତକ “ଜାଗୃତିର ସ୍ବପ୍ନ ” ଉନ୍ମୋଚିତ
ଜଳେଶ୍ୱର ୨୪/୦୩ (ବରୁଣ ହୁଇ ) ରେମୁଣା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭୋଗରାଇ ଅଞ୍ଚଳର କବି ରାଧାଶ୍ୟାମ ମହାନ୍ତିଙ୍କ କବିତା ସଙ୍କଳନ “ଜାଗୃତିର ସ୍ବପ୍ନ”ର ଲୋକାର୍ପଣ ସମାରୋହ ଅଭିମନ୍ୟୁ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ଡଃ ଭାଗବତ ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଶିରୀଶ ଚନ୍ଦ୍ର ଜେନା , ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ ଦାସ,ଉଦ୍ ଘାଟକ ଭାବେ ରେମୁଣା ସାହିତ୍ୟ ପରିଷଦର ସଭାପତି ଡାକ୍ତର ସତ୍ୟରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ବ୍ଯାକରଣବିତ ନିରଞ୍ଜନ ସାହୁ, ଦୀପକ ବୋଷ ପ୍ରମୁଖ ଯୋଗ ଦେଇଥିଲେ। କବିତା ପୁସ୍ତକ ର ଉଭୟ ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋକପାତ କରି କବିତା ଗୁଡ଼ିକ ମୂଲ୍ୟବୋଧ ଭିତ୍ତିକ ଓ ବାସ୍ତବଧର୍ମୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।
ନାଟ୍ୟକାର ପ୍ରଦୀପ କୁମାର ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ଶ୍ରୀମତୀ କଲ୍ୟାଣୀ ନନ୍ଦ ସ୍ଵାଗତ ଗୀତିକା ଗାନ କରିଥିଲେ।ସଭାର ପ୍ରଥମ ଅଧିବେଶନରେ ମନୋଜ୍ଞ କବିତା ଆସର, କବି ସଂଯୋଜକ ମଧୁସୂଦନ ମିଶ୍ର ଓ ଡଃ ତାନଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ସମ୍ପନ୍ନ ହୋଇଥିଲା। ଏହି ସଭାରେ ସଭାପତି ଭାବେ ବରିଷ୍ଠ କବି ବ୍ରଜେନ୍ଦ୍ର ଗିରି, ମୁଖ୍ୟ ଅତିଥି ଭାବେ କବି ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ କବି ସମରେନ୍ଦ୍ର ନାଥ ମହାପାତ୍ର ଯୋଗଦେଇ କବିତାର ମହତ୍ତ୍ଵ ବର୍ଣ୍ଣନା କରିଥିଲେ। କବିତା ପାଠୋତ୍ସବରେ ବ୍ଯଙ୍ଗ କବି ପ୍ରଭାକର ସାହୁ,ସୁନାମଣି ଜେନା, ଚକ୍ରଧର ଦାସ, ମଧୁସୂଦନ ମାଝୀ, ପଦ୍ମଲୋଚନ ପ୍ରଧାନ, ପ୍ରଶାନ୍ତ କୁମାର ବରାଳ, ହରେକୃଷ୍ଣ ପଲେଇ, ଡଃ ସମର ବଲ୍ଲଭ ଭୋଇ,ଜୁମର ନାଥ ପାତ୍ର, ଶାନ୍ତି ବିଶି, ଅର୍ଚ୍ଚନା କର, ଜ୍ୟୋତ୍ସ୍ନା ରାୟ, ବିଧାନ ଚନ୍ଦ୍ର ରାୟ,ଷ୍ଟାଲିନ ମିଶ୍ର, ମିନତୀ କର,ବିଜୟ କୁମାର ମହାନ୍ତି, ମହେନ୍ଦ୍ର ପାଣିଗ୍ରାହୀ, ତୃପ୍ତି ପାତ୍ର, ବାଣୀମଞ୍ଜୁଳା ମହାପାତ୍ର,ଅର୍ପଣ ମହାପାତ୍ର, ସଇତନ ବିବି ସମେତ ୪୦ ରୁ ଅଧିକ କବି , କବୟିତ୍ରୀ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଵାତୀ ଆଚାର୍ଯ୍ୟ,ବିଦ୍ଯାମଞ୍ଜୁଳା ଆଚାର୍ଯ୍ୟ,ବ୍ରତସ୍ନିଗ୍ଧା ଆଚାର୍ଯ୍ୟ, ପୁଣ୍ୟଶ୍ଳୋକ ପଣ୍ଡା, ଜ୍ୟୋତ୍ସ୍ନା ଆଚାର୍ଯ୍ୟ,ତପତୀ ଆଚାର୍ଯ୍ୟ,ବନଶ୍ରୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଶମ୍ଭୁଦତ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।