Header-News-Banner

କୁଡ଼ିବାହାଲିରେ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ

0
75037a04-4d11-43d3-b543-96e745faa235

କଣ୍ଟାମାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ଓମଫେଡ୍ କୁଡ଼ିବାହାଲି ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମିଳିତ ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା।

ଏହି ଶିବିରରେ କୁଡ଼ିବାହାଲି ଦୁଗ୍ଧ ଉତ୍ପାଦକ ସମବାୟ ସମିତି କେନ୍ଦ୍ର ଅଞ୍ଚଳର ଆଖପାଖ ଗ୍ରାମର ବହୁ ଚାଷୀ ନିଜ ନିଜର ଗାଈ ନେଇ ଚିକିତ୍ସା ପାଇଁ ଆସିଥିଲେ। ଶିବିରରେ ଗାଈମାନଙ୍କର ଗର୍ଭ ପରୀକ୍ଷା, କୃମି ନାଶକ ଔଷଧ ପ୍ରଦାନ ସହ ବିଭିନ୍ନ ରୋଗର ପରୀକ୍ଷା କରାଯାଇ ଚାଷୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଏହି ଶିବିରରେ ମୋଟ ୪୨ ଜଣ ଚାଷୀ ଯୋଗଦେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମାଈ ବାଛୁରୀଙ୍କର ଚିକିତ୍ସା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା. ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, କଣ୍ଟାମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ସୀମାରାଣୀ ବାଘ, ଘଣ୍ଟାପଡା ପ୍ରାଣୀଧନ ନିରୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ସହଚର ନୀଳାଦ୍ରୀ ବିହାରୀ ପଧାନ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସହଚର ଓ ଡ୍ରାଇଭର ଦେବାଶିଷ ସାହୁ, ପିଅନ ସୁରଥ ରଣା, ମୈତ୍ରୀ ଧୀରେନ କୁମାର ଦେହୁରୀ, କୁଲତାଯୋର ମୈତ୍ରୀ ଶୁଭେନ୍ଦୁ କଲସ, ମୈତ୍ରୀ ଉମା ଏବଂ LI ଟ୍ରେନର ମହେନ୍ଦ୍ର ମହାଳିକ ଯୋଗଦେଇ ଚିକିତ୍ସା କାର୍ଯ୍ୟ କରିଥିଲେ।

ଏହି ଅବସରରେ ବୌଦ୍ଧ ଜିଲ୍ଲା ଓମଫେଡ୍ ଅଞ୍ଚଳ ଭାରପ୍ରାପ୍ତ ଅଧିକାରୀ ସହଦେବ ଶତପଥୀ ଓ କଣ୍ଟାମାଳ ଦୁଗ୍ଧ ମାର୍ଗ କ୍ଷେତ୍ର ପରିଦର୍ଶକ ଛବିଳ ପ୍ରଧାନ ଉପସ୍ଥିତ ଥିଲେ।

ଶିବିରକୁ କୁଡ଼ିବାହାଲି ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସମ୍ପାଦକ କହଲୁ ପଧାନ ଏବଂ ସଭାପତି ବ୍ରଜ ଗୁରାଣ୍ଡି ପରିଚାଳନା କରିଥିବା ବେଳେ ବନମାଳୀ ମେଣ୍ଡିଲି ଓ ଗୋପାଳ ଭୋଇ ସହଯୋଗ କରିଥିଲେ,କଣ୍ଟାମାଳ ରୁ ବିଶ୍ଵାମିତ୍ର ପାଢ଼ୀଙ୍କ ରିପୋର୍ଟ୍ କଳିଙ୍ଗ 24News

Spread the love

Leave a Reply

Your email address will not be published. Required fields are marked *