*ଶିଶୁ ମନ୍ଦିର ରେ ଜୁନିଅର ରେଡକ୍ରସ ଓ ସୁରେନ୍ଦ୍ର ନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଖଇରା 15/3/( ସଂଜୟ କୁମାର ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନ୍ୟତମ ପୃଷ୍ଠପୋଷକ ସ୍ବର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ଜୁନିଅର ରେଡ଼କ୍ରସ ଦିବସ ରବିବାର ଦିନ ପାଳିତ ହଇଯାଇଛି l ବିଦ୍ୟା ମନ୍ଦିର ର ପରିଚାଳକ ଦିଲ୍ଲୀପ କୁମାର ଲେଙ୍କାଙ୍କ ଅଧ୍ୟ୍ୟକ୍ଷତlରେ ଆୟୋଜିତ କାର୍ଯ୍ୟକ୍ରମ କୁ ଖଇରା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶ୍ରୀ ଯୁକ୍ତ ଅକ୍ଷିତ କୁମାର ଜେନା ଜୁନିଅର ରେଡ କ୍ରସ ପତାକା ଉତ୍ତୋଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା ର ସଭ୍ୟ ଶ୍ରୀ ଯୁକ୍ତ ସୁଦର୍ଶନ ସେଠି, ସାର୍କୋଣା ପଂଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ନାୟକ, ଦ୍ବୀପ ପ୍ରଜ୍ବଳନ କରି ଉଦଘାଟନ କରିବା ଅବସରରେ ସ୍ବର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରି ତାଙ୍କର ଅନୁଷ୍ଠାନ ପ୍ରତି ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ବୋଲି ବକ୍ତବ୍ୟ ମାନ ପ୍ରଦାନ କରିଥିଲେ l
ପରିଚାଳନା କମିଟି ର ସଭ୍ୟ ଶ୍ରୀଯୁକ୍ତ ଭାଗିରଥି ପାଢ଼ୀ, ପ୍ରଧାନ ଆଚlର୍ଯ୍ୟ କୈଳାଶ ଚନ୍ଦ୍ର ସାହୁ, ସାମ୍ବାଦିକ ସଞ୍ଜୟ କୁମାର ବେହେରା ଅନ୍ୟ ତମ ବକ୍ତା ଭାବେ ସ୍ବର୍ଗତ ନାୟକ ଜଣେ ଦରଦୀ ମଣିଷ ବୋଲି ପ୍ରକାଶ କରିଥିଲେ l
ଦେବେନ୍ଦ୍ର କୁମାର ନାୟକଙ୍କ ପ୍ରଚେଷ୍ଟା ରେ ରେଡ କ୍ରସ ଦିବସ ପାଳିତ ହଇଥଲା
ବିଦ୍ୟାମନ୍ଦିର ଗୁରୁଜୀ କାର୍ତ୍ତିକ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଗୁରୁଜୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ପିୟୁଷ ରାଉତ, ଭରତ ଚନ୍ଦ୍ର ଲେଙ୍କା, ଗୟlରାମ ବିନ୍ଧାଣି,ପଙ୍କଜ ଜେନା ଗୁରୁମା ସାବିତ୍ରୀ ପଣ୍ଡା, ବନ୍ଦନା ପ୍ରଧାନ, ପୁଷ୍ପାଞ୍ଜଳି ରାଉତ, କ୍ରିଷ୍ଣରାଣୀ ହାତୀ, କାଜଲ ମାଝୀ, ମାଧୁରୀ ସାହୁ ସମେତ ସମସ୍ତ ଅଭିଭାବକ ସହଯୋଗ କରିଥିଲେ l