ଧୂଆଁଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା/ବାଣପୁର,୧୫/୩ (ଆ.ପ୍ର): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା,ଏ.ବି.ଇ.ଓ ଗଗନ ବିହାରୀ ବେହେରା ଓ ସି.ଆର.ସି.ସି କୁଳମଣି ବାରିକ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବରାଳ, ବରିଷ୍ଠ ଶିକ୍ଷକ ନୀଳାଚଳ ଶତପଥି,ବିଜୟ କୁମାର ଚମ୍ପତ୍ତି, ସହକାରୀ ଶିକ୍ଷକ ପ୍ରହଲ୍ଲାଦ ଚମ୍ପତ୍ତି, ରତ୍ନାକର ମାର୍ଥା, ସହକାରୀ ଶିକ୍ଷୟିତ୍ରୀ ବିନିତା ପ୍ରଧାନ,ଜସ୍ମିନ୍ ସାହୁ ଓ ସ୍ବେଛାସେବୀ ଶିକ୍ଷକ ଉପସ୍ଥିତ ରହି ଶୃଙ୍ଖଳାର ସହ ସମ୍ପାଦନ କରିଥିଲେ। ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦିତ ହୋଇଥିବାରୁ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା ସମସ୍ତଙ୍କୁ ପ୍ରଶଂସା କରିଥିଲେ। ପରିଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।