ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା,୧୫/୦୩(ଆ.ପ୍ର):
ଜାତୀୟ ରାଜପଥ ନିକଟବର୍ତ୍ତୀ ହୋଟେଲ ରୟାଲ କର୍ଟେଜ ଠାରେ ଜି.ବି. ହାଇସ୍କୁଲ, ଓଲାହାଣ ୧୯୯୩ ବ୍ୟାଚ ର ବନ୍ଧୁମିଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବନ୍ଧୁମିଳନ କାର୍ଯ୍ୟକ୍ରମ କିଭଳି ଭଲ ଭାବରେ ହେବ ସ୍ଥିର କରାଯାଇଥିଲା। ପରସ୍ପର ବହୁଦିନ ମିଶିଲା ପରେ ବନ୍ଧୁ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରାଯାଇଥିଲା। ସମସ୍ତ ଙ୍କୁ ସୁରେଶ କୁମାର ସ୍ୱାଇଁ ଉତ୍ତରୀୟ ପ୍ରଦାନ କରିଥିଲେ। ପ୍ରଥମ ପ୍ରସ୍ତୁତି ବୈଠକ ଟି ସୁଚାରୁ ରୂପେ ସମାପ୍ତ ହେବା ସହିତ
ଆଗାମୀ ତା ୧୯.୪.୨୦୨୬ରିଖ କୁ ଦିତୀୟଥର ବୈଠକ୍ ସ୍ଥାନ – ମା ଉଗ୍ରତାରା ପୀଠରେ ହେଵା ପାଇଁ ସ୍ଥିର କରାଗଲା। ବୈଠକରେ ଉପସ୍ଥିତ ଥିଲେ ସୁରେଶ କୁମାର ସ୍ୱାଇଁ,ପ୍ରଭୋଦ ବାହିନୀପତି, ଜୟନ୍ତ କୁମାର ଦାସ, ସନ୍ତୋଷ ପଟ୍ଟନାୟକ,ବିପିନ ପ୍ରଧାନ,ସନ୍ତୋଷ ପଟ୍ଟନାୟକ (ପପୁ ),କ୍ଷୀରୋଧ ପଟ୍ଟନାୟକ,ଲଲାଟ କୁମାର ଚମ୍ପତ୍ତି, ଚିତ୍ତରଞ୍ଜନ ଚମ୍ପତ୍ତି,ସତ୍ୟଜିତ ମିଶ୍ର,ସୁଧୀର ରାଉତରାୟ,ସୁବାଷ ନାଥ,ଅଶ୍ୱର୍ଯ୍ୟା ମଞ୍ଜରୀ,ସାଇବାଣୀ ରାଉତରାୟ, ଶେଷରେ ସମସ୍ତ ଙ୍କ ପାଇଁ ମାଧ୍ୟାନ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।