ମୁନାଫା ଖୋର ବେପାରୀଙ୍କ ଠକାମୀ ହେଲେ ଖାଉଟି ଅଦାଲତର ଆଶ୍ରୟ ନିଅନ୍ତୁ
ବରଗଡ଼:୧୫/୦୩(ଯୋଗେନ୍ଦ୍ର ସାହୁ )ବରଗଡ଼ ଆପ୍ରାଇକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ଓଜନ ମାପ ବିଭାଗ ଓ ହ୍ୟୁମେନ୍ ୱେଲଫେୟର ସେଣ୍ଟର ବରଗଡ଼ ପକ୍ଷରୁ ବିଶ୍ଵ ଖାଉଟି ଅଧିକାର ଦିବସ ସେଣ୍ଟରର ସମ୍ପାଦକ ଅଶୋକ ପଧନଙ୍କ ସଭାପତିତ୍ବରେ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିଘ୍ନରାଜ ମହାପାତ୍ର ସିଏସ ଓ, ମୁଖ୍ୟ ବକ୍ତା ଭାବରେ ପରିବେଶ ବିତ୍ତ ଜେଠୁ ଭୋଇ, ସମ୍ମାନିତ ବକ୍ତା ଭାବରେ କବି ହର୍ଷ ବେହେରା, ସମ୍ମାନିତ ଅତିଥି ଭାବରେ ବିଭାଗୀୟ କଣ୍ଟ୍ରୋଲ ସୁଶୀଲ କୁମାର କଣ୍ଡୁଲାନl ଓ ନର୍ସିଂ ମୁଖ୍ୟ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ଯୋଗଦାନ କରି ମୁନାଫା ଖୋର୍ ବେପାରୀଙ୍କ ଠାରୁ ଠକାମୀର ଶିକାର ହେଲେ ଖାଉଟି ଅଦାଲତର ଆଶ୍ରୟ ନେଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ l ସେଣ୍ଟର ସଭ୍ୟା ଜାହ୍ନବୀ ପାଧାନ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ ସହ ପରିଚାଳନା କରିଥିଲେ l ଶେଷରେ ବିଦ୍ୟାଳୟର ପି ଅର୍ ଓ ଡ୍ ମୁକୁନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଇ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରି ସଫଳ କରିଥିଲେ l