Header-News-Banner

ସର୍ଗିଗୁଡ଼ାରେ ଇଷ୍ଟଦେବୀ ମାଁ ଠାକୁରାଣୀଙ୍କ ସହ ମାଁ ଦକ୍ଷିଣ କାଳୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

0
WhatsApp Image 2026-03-31 at 7.44.40 PM

କଳାହାଣ୍ଡି,କୋକସରା ୩୧/୦୩: ରୂପେନ୍ଦ୍ର ସୁନାନୀ: ପରମ୍ପରା ଓ ବିଶ୍ଵାସର ପର୍ବ ଚୈତ୍ର ପର୍ବ ଗାଁ ହେଉ କି ସହର ସବୁଠି ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ସର୍ଗୀଗୁଡା ଗ୍ରାମରେ ମଧ୍ଯ ଗ୍ରାମର ଇଷ୍ଟଦେବୀ ମାଁ ଠାକୁରାଣୀ, ଗଢେନ ବୁଢ଼ୀ ଏବଂ ମାଁ ପରଦେଶନଙ୍କ ଚୈତ୍ର ପର୍ବ ଭକ୍ତି ସହକାରେ ପାଳିତ ହୋଇ ଯାଇଛି। ଗ୍ରାମର ଦେବୀ ପୁଝାରୀ କ୍ଷତ୍ରିୟ ପୁଝାରୀ ପୂଜାର୍ଚ୍ଚନା କଲା ପରେ ଦେବୀଙ୍କ ଘଟ ବା କଳସ ଶଙ୍ଖ , ଘଣ୍ଟ, ହୁଳହୁଳି ଏବଂ ବାଜାର ତାଳେ ତାଳେ ଗାଁ ପରିକ୍ରମା କରିଥିଲା। ନଗର ପରିଭ୍ରମଣ ସମୟରେ ଘଟ ବା କଳସକୁ ଗ୍ରାମର ଶ୍ରଦ୍ଧାଳୁ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥିଲେ। କେଉଁଠି ଶ୍ରଦ୍ଧାଳୁ ଧୂପ ଦୀପ, ନଡ଼ିଆ ତଥା ଶୁକ୍ଳ ଭୋଗ ଦେଇ ପୂଜାର୍ଚ୍ଚନା କରିଥିବା ବେଳେ କେଉଁଠି କୁକୁଡ଼ା, ପାରା, ବୋଦା ବଳି ଦେଇ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଦେବୀଙ୍କ ଘଟ ବା କଳସ ଗ୍ରାମର ମହୁରିଆ ଘରକୁ ଗଲା ପରେ ମହୁରିଆ ଘର ପରିବାର ମଧ୍ୟ ଦେବୀଙ୍କୁ ଭକ୍ତିପୂତ ଭାବରେ ପୂଜାର୍ଚ୍ଚନା କରିଥିଲେ।ତାପରେ ସର୍ଗୀଗୁଡ଼ା ମହୁରିଆ ପରିବାରର ଇଷ୍ଟଦେବୀ ମାଁ ଦକ୍ଷିଣ କାଳୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଥିଲା। ମାଁ ଦକ୍ଷିଣ କାଳୀଙ୍କ ଜିହ୍ୱାରେ ଲୁହା କଣ୍ଟା ପୁରେଇବା ଭଳି ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।ପୂଜକ ଭାବରେ ଧର୍ମାନନ୍ଦ ନାଏକ ପୂଜା କାର୍ଯ୍ୟ ସଂପନ୍ନ କରିଥିବା ବେଳେ ଅନୁଷ୍ଠିତ ହୋଇଥିବା ଏହି ଚୈତ୍ର ପର୍ବରେ ଗାଁ ଗୌନ୍ତିଆ ତ୍ରିଭୁବନ ସିଂ ରାଜପୁତ ସହ ମହୁରିଆ ପରିବାରର ଉମା ଶଙ୍କର ନାଏକ, କ୍ଷତ୍ରିୟ ନାଏକ ତଥା ଗ୍ରାମର ଦିବାକର ମାଝୀ, ଗୋବିନ୍ଦ ଛତ୍ରିଆ, ତପେଶ୍ୱର ପୁଝାରୀ, ଦଶରୁ ପୁଝାରୀ, ଜଗଦୀଶ ମାଝୀ ସମେତ ଶତାଧିକ ଶ୍ରଦ୍ଧାଳୁ ତଥା ଗ୍ରାମବାସୀ ସାମିଲ୍ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *