Header-News-Banner

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରୁ ନିରାଶ ହୋଇ ଫେରିଲେ ଅଞ୍ଚଳବାସୀ

0
WhatsApp Image 2026-03-31 at 7.02.23 PM


(କାର୍ଯ୍ୟନୁଷ୍ଠାନ ନ ହେଲେ ଅଦାଲତର ଦ୍ୱାରସ୍ଥ ପାଇଁ ଚେତାବନୀ)
କୁନ୍ଦୁରା, କଲିଙ୍ଗ ଫାକସ , ଗତ ୩୦ ତାରିଖରେ କୁନ୍ଦୁରା ବ୍ଲକରେ ଥିଲା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ l ଏଥିରେ ଆସନା ପଞ୍ଚାୟତରେ ନୂତନ ପଞ୍ଚାୟତ ଭବନ ନିର୍ମାଣକୁ ନେଇ ଅଭିଯୋଗ କରିଥିଲେ ଅଞ୍ଚଳବାସୀ I ଅଭିଯୋଗ ଶୁଣି ବିଡିଓଙ୍କ ଠାରୁ ଅଭିଯୋଗ ବିଷୟରେ ଜାଣିବାକୁ ଚାହିଁଥିଲେ ଜିଲ୍ଲପାଳ I ବିଡିଓ କିନ୍ତୁ ଲୋକଙ୍କ ଉପରେ ନାଲିଆଖି ଦେଖାଇଥିଲେ I ଆସନା ଠାରେ ହେବ ନାହିଁ ବୋଲି ଚାରିମାସ ହେଲା ବୁଝା ଯାଉଛି ହେଲେ ଏ ମାନେ ବୁଝି ପାରୁନାହାନ୍ତି l ବିଡିଓଙ୍କ ଏ କଥାରେ ରୋକଠୋକ ମନା କରିଦେଇଥିଲେ ଜିଲ୍ଲାପାଳ ଏବଂ ସିଡିଓ ସେଠାରେ ହୋଇପାରିବ ନାହିଁ ବୋଲି କହିଥିଲେ l ଏ ନେଇ ଆଜି ଆସନା ଅଞ୍ଚଳ ବାସୀ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଭେଟି ଲିଖିତ ଅବଗତ କରିଛନ୍ତି I ଲିଖିତ ପତ୍ର ଅନୁସାରେ ଆସନା ପଞ୍ଚାୟତ ବହୁ ପୁରୁଣା ( ପଞ୍ଚାୟତ ଗଠନ ସମୟର) ପଞ୍ଚାୟତ । ପରବର୍ତ୍ତୀ ସମୟରେ ତାହା ବିଭକ୍ତ ହୋଇ ବର୍ତ୍ତମାନର କେରମେଟି ଓ ଫୁଲଭଟ୍ଟା ପଞ୍ଚାୟତ ହୋଇଅଛି I ବର୍ତ୍ତମାନ ବି ଏଠାରେ ୨୧ ଖଣ୍ଡ ଗାଁ ରହିଅଛି l କୌଣସି କାରଣ ବଶତଃ ପଞ୍ଚାୟତ ଗଠନ ସମୟରେ ଆସନା ମୌଜାର ଏକ ପଡ଼ା ଗାଁ ଓ ଅନ୍ୟ ୨୦ ଖଣ୍ଡ ଗାଁର ଶେଷ ମୁଣ୍ଡ ଗାଁ ଉଦଳଗୁଡ଼ା ଠାରେ ସ୍ଥାପନ ହୋଇଅଛି I ଯାହାକି ମୁଖ୍ୟତଃ ଭାବେ ପିଡିଏସ ସମାଗ୍ରୀ ଓ ଭତ୍ତା ପାଇବାରେ କିଛି ଗାଁଲୋକଙ୍କୁ ୭,୮ କି.ମି ଦୂର ଯିବାକୁ ପଡୁଛି l ବର୍ତ୍ତମାନ ଆସନା ପଞ୍ଚାୟତରେ ଏକ ନୂତନ ପଞ୍ଚାୟତ ଭବନ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଅଛି l ସେହି ନୂତନ ଗୃହ ଏଠାରେ ନିର୍ମାଣ କରାଯାଇ ପିଡିଏସ ଓ ଭତ୍ତା ବଣ୍ଟନ ନିମନ୍ତେ ଗତ ତିନି ମାସ ହେଲା ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଆସୁଛନ୍ତି l ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କିନ୍ତୁ ନିରାଶ ହୋଇ ଫେରିଛନ୍ତି l ଏ ନେଇ ଗତ ଜାନୁୟାରୀ ୨ ରୁ ମାର୍ଚ୍ଚ ୩୦ ସୁଦ୍ଧା ବିଡିଓ ପି.ମନସ୍ମିତାଙ୍କୁ ତିନିଥର ସରପଞ୍ଚ,ସମିତି ସଭ୍ଯା,ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଦୁଇଥର ଓ ବ୍ଲକର ତିନି ଦଳର ମୁଖ୍ୟ କଂଗ୍ରେସ ବ୍ଲକ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ବିଜେପି ବ୍ଲକ ସଭାପତି ତଥା ସଂସାଦ ପ୍ରତିନିଧି ଅମ୍ବୁ ପାତ୍ର ଏବଂ ବିଜେଡି ବ୍ଲକ ସଭାପତି ବୃନ୍ଦାବନ ମଲ୍ଲିକଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି l ସରପଞ୍ଚ ଏବଂ ଆସନା ଅଞ୍ଚଳ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା କରି ସମାଧାନ ପାଇଁ ବିଡିଓ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ କିନ୍ତୁ ସରପଞ୍ଚ ବିଡ଼ିଓଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ସେଠାକୁ ଗଲେ ନାହିଁ I ପଞ୍ଚାୟତର ୧୦ ଜଣ ୱାର୍ଡ଼ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୬ ଜଣ ଆସନା ସପକ୍ଷରେ ବିଡିଓଙ୍କୁ ଲିଖିତ ଭାବେ ସହମତି ପ୍ରଦାନ କରିଛନ୍ତି l ଏହା ହେବା ପରେ ଉଭୟ ଗାଁରେ କରାନଯାଇ ଦୁଇ ଗାଁ ମଝିରେ କରାଯିବ ବୋଲି ବିଡିଓ କହିଥିଲେ l ବିଡିଓଙ୍କ ଏ ସବୁ ପ୍ରକ୍ରିୟାରୁ ପ୍ରାଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ହେବା ଆଶାରେ ଥିଲେ ଅଞ୍ଚଳବାସୀ କିନ୍ତୁ ତାହା ହେଲା ନାହିଁ l ଶେଷରେ ଗତ ୩୦ ତାରିଖ ଅଭିଯୋଗ ଶୁଣାଣୀରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା I ଆସନା ଠାରେ ପଞ୍ଚାୟତ ଗୃହ ନିର୍ମାଣ ହେଲେ ସମୁଦାୟ ୨୧ ଗାଁରୁ ୧୫ ଗାଁ ପାଇଁ ବହୁ ସୁବିଧା ହୋଇ ପାରିବ l ଆସନା ଠାରେ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଉଛି ସେଠାରୁ ୧୫ ଖଣ୍ଡ ଗାଁ ଲୋକ ବହୁ ସୁବିଧାରେ ପାଇ ପାରୁଛନ୍ତି l ତେବେ ସର୍ବସାଧାରଣଙ୍କ ବୃହତ୍ତ ସ୍ୱାର୍ଥକୁ ଭୁଲି ସରପଞ୍ଚଙ୍କ ଲିଖିତ ଅଭିଯୋଗକୁ ଆଧାର କରି କୌଣସି ଚାପରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ରହିଅଛି l
ଆସନା ନାମରେ ପଞ୍ଚାୟତ ଗଠନ ହୋଇଅଛି, ଆସନା ଗାଁ ରହିଛି,ଏଠାରେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମି ରହିଛି l ଏହି ଗୃହ ନିର୍ମାଣ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜମି ଚିହ୍ନଟ କରି ସ୍କେଚ୍ ମ୍ୟାପ୍ ପ୍ରଦାନ କରାଯାଇଛି ଓ ଆସନା ପଞ୍ଚାୟତ ନାମରେ ଗୃହ ମଞ୍ଜୁର ହୋଇଛି I ପୂର୍ବରୁ ସରପଞ୍ଚ,ସମିତି ସଭ୍ଯା ବିରୋଧ କରିଆସୁଥିଲେ ବର୍ତ୍ତମାନ ବିଡିଓ ବିରୋଧ କରୁଛନ୍ତି l ପୂର୍ବରୁ ବିଡିଓ ସରପଞ୍ଚଙ୍କ ଲିଖିତ ଅଭିଯୋଗକୁ ଆଳ କରି ଆସନା ଠାରେ ନ କରିବାକୁ କହୁଥିଲେ I ଏବେ କାହା ଚାପରେ ନିଜେ ବିରୋଧ କରୁଛନ୍ତି l ଜିଲ୍ଲାପାଳଙ୍କ ନିକଟରେ ନାଲି ଆଖି ଦେଖାଉଛନ୍ତି l ଆସନା ପାଇଁ ମଞ୍ଜୁର ହୋଇଥିବା ନୂତନ ପଞ୍ଚାୟତ ଭବନ ସେଠାରେ ନ ହୋଇ ଅନ୍ୟଠି ହୁଏ ତେବେ ଏହାକୁ ଦୃଢ ବିରୋଧ କରାଯିବ I ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଅଦାଲତର ଦ୍ବାରସ୍ଥ ହେବେ ବୋଲି ଲିଖିତ ପତ୍ରରେ ଉଲ୍ଲେଖ ରହିଛି l

Spread the love

Leave a Reply

Your email address will not be published. Required fields are marked *