ଚମ୍ପୁଆ ପୋଲିସ୍ ର ବଡ଼ ସଫଳତା: ଅବୈଧ ମଦ ଜବତ, ୨ ଗିରଫ
ଚମ୍ପୁଆ : କେଉଁଝର ଜିଲ୍ଲାର ଚମ୍ପୁଆ ଥାନା ପୋଲିସ୍ ଦ୍ୱାରା ଚାଳିତ ଚଢ଼ାଉ ସମୟରେ ଅବୈଧ ବିଦେଶୀ ମଦ ବିପୁଳ ପରିମାଣରେ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମୁକେଶ ବେହେରା (୨୧), ଗ୍ରାମ ମୁକୁନ୍ଦପୁର, ଚମ୍ପୁଆ ଓ ଆଶୋକ କୁମାର ବେହେରା (୪୭), ଗ୍ରାମ ବୁରୁହାଟୁ, ଘାଗରବେଡ଼ା, ମୟୂରଭଞ୍ଜ।
ପୋଲିସ୍ ତାଙ୍କ ନିକଟରୁ ମୋଟ ୭୨ ଲିଟର ୬୦୦ ମିଲିଲିଟର ବିଦେଶୀ ମଦ ଜବତ କରିଛି। ଏହାସହିତ ଦୁଇଟି ଯାନ ମଧ୍ୟ ଜବତ କରାଯାଇଛି — ଗୋଟିଏ ହୋଣ୍ଡା ସାଇନ୍ SP125 (JH06Q8458) ମୋଟରସାଇକେଲ୍ ଓ ଗୋଟିଏ ବୋଲେରୋ (OR09K3255) ଚାରିଚକିଆ ଯାନ।
ଏହି ଚଢ଼ାଉ SI ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିଲା। ଟିମ୍ରେ ହାଭିଲଦାର ଲକ୍ଷ୍ମୀଧର ସେଠୀ, କନ୍ଷ୍ଟେବଲ୍ ସସ୍ମିତା ପ୍ରଧାନ, ଦେବସ୍ମିତା ରାଉତ, ଓଏପିଏଫ ଦେବାନନ୍ଦ ମୁଣ୍ଡା, ଡିବିୟା ସିଂହ ପ୍ରଧାନ ଓ ହୋମଗାର୍ଡ ଗୌତମ ବୈଦ୍ୟ ଉପସ୍ଥିତ ଥିଲେ।
ଏନେଇ ଚମ୍ପୁଆ ଥାନାରେ କେସ୍ ନଂ 150/26 ଓ 151/26 ରେ ମାମଲା ରଜୁ ହୋଇଛି ଏବଂ ଏହା ଓଡ଼ିଶା ଏକ୍ସାଇଜ୍ ଆକ୍ଟର ଧାରା 52(a)(i) ଅନୁସାରେ ତଦନ୍ତ ଚାଲିଛି।
ଚମ୍ପୁଆ ଥାନା ସମ୍ମୁଖରେ ପୋଲିସ୍ ଦ୍ୱାରା ଜବତ ମଦ, ଯାନବାହନ ଓ ଗିରଫ ଅଭିଯୁକ୍ତମାନଙ୍କ ସହ ପୋଲିସ୍ ଟିମ୍।