Header-News-Banner

ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଜଳଛତ୍ର ଉଦଘାଟିତ

0
WhatsApp Image 2026-04-24 at 7.21.14 PM

ବଡ଼ଚଣା :ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ସ୍ଥିତ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଏକ ଜଳ ଛତ୍ର କେନ୍ଦ୍ର ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡଚଣା ବିଧାୟକ ଅମର ନାୟକ ଯୋଗଦେଇ ଜଳ ଛତ୍ର କେନ୍ଦ୍ର କୁ ଉଦ୍ଘାଟନ କରି ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ଏଭଳି କାର୍ଯ୍ୟକୁ ପ୍ରସଂଶା କରିବା ସହିତ ପଥଚାରୀ ତୃଷାର୍ତ୍ତ ଲୋକ ମାନଙ୍କ ତୃଷା ନିବାରଣ ନିମନ୍ତେ ସାହାଯ୍ୟ କରିବ ବୋଲି କହିଥିଲେ।ଏଥିସହିତ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘର ନବ ନିର୍ମିତ କାର୍ଯ୍ୟଳୟ ଗୃହ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂଘର ସଭାପତି ଚନ୍ଦନ କୁମାର ନାୟକ, ଉପ ସଭାପତି କ୍ଷେତ୍ରବାସୀ ନାୟକ,ସମ୍ପାଦକ ସନ୍ତୋଷ କୁମାର ରାଉତ,ସହ ସମ୍ପାଦକ ପ୍ରଶାନ୍ତ କୁମାର ଜେନା,କୋଷାଧ୍ୟକ୍ଷ ସଂଜୀବ ବଳ ମୁଖପାତ୍ର ମନୋରଞ୍ଜନ ନାୟକ ପ୍ରମୁଖ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ବଡଚଣା ପଞ୍ଚାୟତ ସମିତି ଉପାଦକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ନୃସିଂହ ଚରଣ ଓତା, ଦେବରଞ୍ଜନ ସ୍ବାଇଁ ପ୍ରମୋଦ କୁମାର ନାୟକ, ପ୍ରମୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *