ପିକଅପ ଧକ୍କାରେ ମାମୁଁ, ଭଣଜାଙ୍କ ମୃତ୍ୟୁ
ଜୁନାଗଡ଼,୨୬।୪()-କଳାହାଣ୍ଡି :(ବାଲେଶ୍ୱର ସୁନାନୀ )ଜୁନାଗଡ଼ ଥାନା ଅନ୍ତର୍ଗତ ବୁଡିପଦର ଛକ ଠାରେ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।କିଏ ବା କହିପାରିବ ମୃତୁ ବି ଏମିତି ଆସେ, ଦଇବ ଦୌଡ଼ି ମଣିଷ ଗାଈ, ଯେଣିକି ଟାଣିଲେ ତେଣିକି ଯାଇ, ଏ ଜୀବନଟା କଣ ଗୋଟାଏ ପାଣିଫୁଟକା, ପାଣିଫୁଟକା ଭଲି ମାମୁ ଭଣଜା ଙ୍କ ଜୀବନ ଫାଟିଗଲା, କିଦୋଷ କରିଥିଲେ ଏ ମାନେ ହଟାତ କଳାମେଘ ମାଡିଆସିଲା ଏମିତି ଏକ ଘଟଣା ଘଟିଛି ଜୁନାଗଡ଼ ଥାନା ଅନ୍ତର୍ଗତ ବୁଢ଼ୀ ପଦର ଛକ ପାଖରେ ଏକ ଅଜଣା ପିକଅପ ଧକ୍କାରେ ୨ ମାମୁଁ, ଭଣଜାଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଜୁନାଗଡ଼ ବ୍ଲକ ଚିକଲି ଗାଁର ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) । ଓଡ଼ି୦୮ଭି ୭୧୧୨ ନଂ ନାମକ ଏକ ବାଇକ ରେ ସେମାନେ ଜୁନାଗଡ଼ କୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା,ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ଦୁର୍ଘଟଣା ଘଟାଇ ଥିବା ପିକଅପଟି ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।