ମେଧା ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇ ଚମକିଲେ ସାଇ ସମ୍ଭବ
ସାରସକଣା:୨୭/୦୪(ପ୍ରଶାନ୍ତ କୁମାର ସାମନ୍ତରାୟ)
ଓଡ଼ିଶା ସରକାରଙ୍କ ଦ୍ୱାରା ଶିକ୍ଷା ବର୍ଷ ୨୦୨୫-୨୬ ରେ ହୋଇଥିବା ପ୍ରାଦେଶିକ ମେଧା ପରୀକ୍ଷାରେ ଟପ୍ ୧୦ ଜଣକ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନସ୍ଥ ଝାରପୋଖରିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୯ମ ସ୍ଥାନ ଅଧିକାର କରିଥିବା ଶ୍ରୀମାନ ସାଇ ସମ୍ଭବ ମହାନ୍ତ ବିଦ୍ୟାଳୟର ଗୌରବ ବଢାଇ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ତୃତୀୟ ଶେଣୀର ସାଇ ସମ୍ଭବଙ୍କ ଏହି କୃତିତ୍ୱ ପାଇଁ ତାଙ୍କ ପିତା ମାତା ଏବଂ ଗୁରୁଜୀ ଗୁରୁମା ତଥା ବିଦ୍ୟାଳୟ ର ପରିଚାଳନା କମିଟି ତରଫରୁ ଅଶେଷ ଅଶେଷ ଶୁଭେଛା ଶୁଭକାମନା ଜଣାଇଛନ୍ତି। ସାଇ ସମ୍ଭବ ସାରସକଣା ବ୍ଲକ ଜାଲଦା ପଞ୍ଚାୟତ ପଦ୍ମପୁର ଦେଉଳି ଗ୍ରାମର ପିତା ସଚିନ୍ଦ୍ର କୁମାର ମହାନ୍ତ ଓ ମାତା ଲଳିତ ମହାନ୍ତଙ୍କ ସୁପୁତ୍ର ଅଟନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ,ସାଇ ସମ୍ଭବ ଆମ ବିଦ୍ୟାଳୟର ଗୌରବ,ତାଙ୍କର ନିଷ୍ଠା,ପରିଶ୍ରମ ଓ ଗୁରୁଜନ ମାନଙ୍କ ମାର୍ଗଦର୍ଶନ ଆଜି ତାଙ୍କୁ ଏହି ସଫଳତାରେ ପହଞ୍ଚାଇପାରିଛି। ଆଗାମୀ ଦିନରେ ସେ ରାଜ୍ୟ ତଥା ଦେଶର ନାମକୁ ଉଜ୍ଜଳ କରନ୍ତୁ ବୋଲି ଆମେ ଆଶା କରୁଛୁ।