Header-News-Banner

ମହାବିଦ୍ୟାଳୟରେ ସମର ଫେଷ୍ଟିଭାଲ

0
WhatsApp Image 2026-04-27 at 8.55.37 PM


ଗଣିଆ ୨୬/୦୪(ସରୋଜ କୁମାର ଦାଶ) ସବୁବେଳେ କିଛି ନୂତନ ଶୈଳୀରେ ଉତ୍ସବ ମନେଇବାକୁ ପସନ୍ଦ କରୁଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିଚାଳନା କମିଟି ଚଳିତ ବର୍ଷ ସମର ଫେଷ୍ଟିଭାଲ ଆୟୋଜନ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସମ୍ପାଦକ ଏଲଡାଡ କାଇଣ୍ଡସେଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପରିଚାଳନା କମିଟିର କବିଚନ୍ଦ୍ର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ପାଠପଢା ସହିତ ନିଜ ମଧ୍ୟରେ ଥିବା ଆନୁସଙ୍ଗିକ ଗୁଣକୁ ବିକଶିତ କରିବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କେବଳ ଯେ ପାଠ ପଢାଇ ନାଁ କମାଇହେବ ସେକଥା ନୁହେଁ ଅନେକ ଛାତ୍ର ଛାତ୍ରୀ ପାଠପଢ଼ା ସହିତ ନୃତ୍ୟ ଗୀତକୁ କ୍ୟାରିୟର ଭାବେ ଗଢି ତୋଳି ବେଶ୍ ସଫଳତା ସାଉଁଟି ଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ,ନାଟକ,କମେଡି ତଡକା,ଭାଷଣ ଆଦି ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ନୃତ୍ୟଶିଳ୍ପୀ ଏବଂ କଣ୍ଠଶିଳ୍ପୀମାନଙ୍କ ଭଳି ପ୍ରଦର୍ଶନ ଜାରି ରଖିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଅନେକ ଶିକ୍ଷାବିତ୍, କଳାକାର ତଥା ସମାଜସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଆ ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *