Header-News-Banner

ବ୍ରାହ୍ମଣ ମହାସଂଘ ଓଡ଼ିଶାର ୨୦୦ତମ ରାଜ୍ୟ ସ୍ତରୀୟ ଆଭାସୀ ସ୍ନେହ ମିଳନ ଅନୁଷ୍ଠିତ

0
WhatsApp Image 2026-04-27 at 8.55.36 PM (1)

ଗଣିଆ,୨୭/୦୪-(ସରୋଜ କୁମାର ଦାଶ): ବ୍ରାହ୍ମଣ ମହାସଂଘ ଓଡ଼ିଶା ପକ୍ଷରୁ ଏହାର ଦ୍ୱିଶତ ତମ (୨୦୦ତମ) ରାଜ୍ୟ ସ୍ତରୀୟ ଆଭାସୀ ବୈଠକ ତଥା ସ୍ନେହ ମିଳନ କାର୍ଯ୍ୟକ୍ରମ ଗତ ରବିବାର ରାତ୍ରି ୮:୩୦ ସମୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ସଭାର ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ପଣ୍ଡିତ ମାନସ ରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପଠିତ ‘ଭବାନୀ ଅଷ୍ଟକମ୍‌’ ପରିବେଶକୁ ଅତ୍ୟନ୍ତ ଭାବଗର୍ଭକ କରିଥିଲା। ଏହି ଆଲୋଚନା ଚକ୍ରରେ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପ୍ରାକ୍ତନ ପ୍ରଫେସର ତଥା ବରିଷ୍ଠ ଗବେଷକ ଡକ୍ଟର ପ୍ରଭାତ ରଞ୍ଜନ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ଧନଞ୍ଜୟ ମହାପାତ୍ର, ପଣ୍ଡିତ କପିଳ କୃଷ୍ଣ ମୁଖାର୍ଜୀ ଓ ପଣ୍ଡିତ ଶ୍ରୀନିବାସ ଶତପଥି ପ୍ରମୁଖ ଯୋଗଦେଇ ନିଜସ୍ୱ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ମହାସଂଘର ସମ୍ପାଦକ ଡକ୍ଟର ସୌମ୍ୟ ରଞ୍ଜନ ମହାପାତ୍ର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସଂଯୋଜକ ପ୍ରିୟବ୍ରତ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଆବାହକ ଥିବାବେଳେ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ଦାଶ ଏଥିରେ ସଭାପତିତ୍ୱ କରିଥିଲେ। ମହାସଂଘର ଉପଦେଷ୍ଟା ଡକ୍ଟର ପଞ୍ଚାନନ ସୁନ୍ଦର ପାଣି ସମ୍ପୂର୍ଣ୍ଣ ଆଭାସୀ ବୈଠକକୁ ସୂଚାରୁରୂପେ ସଞ୍ଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଦେବାଶିଷ ନନ୍ଦ, କୋଷାଧ୍ୟକ୍ଷ ସରୋଜ ଦାଶ, ବରିଷ୍ଠ ସଦସ୍ୟ ମନୋଜ ମିଶ୍ର, ପ୍ରଫୁଲ୍ଲ କୁମାର ଦାଶଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ବ୍ରାହ୍ମଣ ପ୍ରତିନିଧି ଯୋଗଦେଇଥିଲେ। ଶେଷରେ ମହାସଂଘର ସଭାପତି ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Spread the love

Leave a Reply

Your email address will not be published. Required fields are marked *