Header-News-Banner

ଋଣ୍ଡିମହୁଲ ଛପନ ପ୍ରହର ନାମଯଜ୍ଞ ର ୪ର୍ଥ ଦିନଯୋଗଦେଲେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

0
WhatsApp Image 2026-04-27 at 8.57.53 PM

କଣ୍ଟାମାଳ ୨୭/୦୪/୨୦୨୬ : (ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଗ୍ରାମରେ ଚାଲିଥିବା ଛପନ ପ୍ରହର ନାମଯଜ୍ଞ ର ଆଜି ସୋମବାର ଚତୁର୍ଥ ଦିନ l ପ୍ରଚଣ୍ଡ ରୌଦ୍ରତାପ କୁ ଦୃଷ୍ଟିରେ ରଖି ଆୟୋଜକ ତରଫରୁ ବିରାଟ ଛାମୁଣ୍ଡିଆ ଫ୍ୟାନ କୁଲର ସହ ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା କରାଯାଇଛି | ଆଜି ନବନିଯୁକ୍ତ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ମ୍ଭରୁଧର କହଁର ଉକ୍ତ ନାମଯଜ୍ଞରେ ଯୋଗଦେଇ ହରିନାମ ଗାନ
କରିଥିଲେ l ପରେ ସେ ଗ୍ରାମବାସୀଙ୍କ ସହ ଗ୍ରାମର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ lଋଣ୍ଡିମହୁଲ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଓ ଅଞ୍ଚଳ ବାସୀଙ୍କ ସହଯୋଗରେ ଗତ ୨୪ତାରିଖରୁ ଚାଲିଥିବା ଏହି ୫୬ପ୍ରହର ନାମଯଜ୍ଞ ରେ ପ୍ରତିଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମରେ ସମଗ୍ର ଋଣ୍ଡିମହୁଲ ଗ୍ରାମ ଲୋକାରଣ୍ୟ ହୋଇପଡୁଛି l ପୂଜକ ଭାବରେ ଅଶୋକ କୁମାର ଦାସ ପୂଜା କାର୍ଯ୍ୟ ତୁଲାଉଥିବାବେଳେ ରାଜେଶ ବାରିକ ଓ ପତ୍ନୀ ରୁବି ବାରିକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି l ସେହିପରି ଆଜି ସ୍ୱନାମଧନ୍ୟା ସଂକୀର୍ତ୍ତନ୍ୟ ଗାୟିକା ଜ୍ୟୋତ୍ସ୍ନାମୟୀ ଦୀକ୍ଷିତ ଙ୍କ କଣ୍ଠରୁ ସୁମଧୁର ନାମ ସଂକୀର୍ତ୍ତନ ଶୁଣିବାକୁ ଦୂରଦୂରାନ୍ତରୁ ଲୋକମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l
ଉକ୍ତ ନାମ ଯଜ୍ଞରେ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଓ ପୁରୁଷ ସଂକୀର୍ତ୍ତନଦଳ ହରିନାମ ନେଇଥିଲେ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାମଯଜ୍ଞରେ ଭକ୍ତ, ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ସମାଗମ ଦେଖିବାକୁ ମିଳିଛି l ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳିରେ ଚଳଚଞ୍ଚଳ ହୋଇଛି ସମଗ୍ର ଋଣ୍ଡିମହୁଲ ଅଞ୍ଚଳ l

Spread the love

Leave a Reply

Your email address will not be published. Required fields are marked *