ଛାତ୍ରଛାତ୍ରୀ ଙ୍କ ଜୀବନ ସହ ଖେଳୁଛନ୍ତି ଯନ୍ତ୍ରୀ ଏବଂ ଠିକାଧାର l
(ନିମ୍ନମାନରକାମକରି ଟଙ୍କାହୋଡପ)
ମାଲକାନଗିରି୨୧/୦୪(ନି:ପ୍ର) ଶିକ୍ଷାର ଅଗ୍ରଗତି ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆଦିବାସୀ ଅଦ୍ୟୁଷିତ ଅଂଚଳ ପାଇଁ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିବା ବେଳେ l ଏଠି ବିକାଶ ନାଁ ରେ ପିଲାଙ୍କ ଭବିଷ୍ୟତ ଓ ଜୀବନ ସହ ଖେଳୁଛନ୍ତି ଠିକାଧାର ନାରାୟଣ ପଡିଆରୀ ଏବଂ କନିଷ୍ଟ ଯନ୍ତ୍ରୀ ଲବରାମ ମାଝୀ l ଆଦିବାସୀ ଅଦ୍ୟୁଷିତ ଅଂଚଳର ଲୋକ ଙ୍କୁ ନିରୀହ ଓ ସରଳ ତାର ସୁଯୋଗ ନେଇ ଏଠି ମାଲକାନଗିରି ଜିଲ୍ଲା କୁ ଠୋକ ଭଣ୍ଡ କରି କଳା ପାହାଡ଼ ଭଳି ଟଙ୍କା ଆତ୍ମସାତ କରୁଥିବାର ପ୍ରୟାସ ଏହିପରି କୁ ଚକ୍ରାନ୍ତ କାରି ଠିକାଧାର ଏବଂ ମଧୁମେୟ ସରକାରୀ ଯନ୍ତ୍ରୀ ମାଲେ ମାଲ l କିନ୍ତୁ ଦୁଃଖର ବିଷୟ ଏହି ପରି ଅସାଧୁ ସରକାରୀ ବାବୁ ଙ୍କ ଯୋଗୁଁ ନିରୀହ ଜନସାଧାରଣ ବୋଳି ପଢିଯାଉଛନ୍ତି l ଯାହାକି ଏହି ପରି ନିର୍ମାଣଧୀନ କାର୍ଯ୍ୟ ଛାତରୁ ପାଣି ପଢ଼ୁଥିବା ସହ ଲୁହା ଛଡ,ବାଇଣ୍ଡିଙ୍ଗ ତାର, ଖାଲ ଖବଡା ମଝିରେ ଗାତ, ଏମିତି କି ଆଗାମୀ ଦିନ ବର୍ଷା ମାଡ ରେ ଛାତ ଭାଙ୍ଗିଯିବାର ସନ୍ଧେହ ଘେରରେ ଓ ବର୍ଷା ରେ ଝରଣା ପାଲଟି ଯିବାର କହିଲେ ଅତୃକ୍ତି ହେବ ନାହିଁ ବୋଲି କହିଛନ୍ତି ମାଥିଲି ଜନସାଧାରଣ l ଏହି ପରି କାର୍ଯ୍ୟକ୍ରମ କୁ ନେଇ ମଧୁଚନ୍ଦ୍ରିକାରେ ରାଜ କୋଷ ର ଟିକସ ଅର୍ଥ କୁ କାଯ୍ୟ ହୀନ ତାର କାମ କରି କ୍ଷତି କରୁଛନ୍ତି l କନିଷ୍ଠ ଯନ୍ତ୍ରୀ ଲବରାମ ମାଝୀ ଏବଂ ଠିକାଧାର ନାରାୟଣ ପଡିଆରୀ ଙ୍କ ଦୁର୍ନୀତି ନିର୍ମାଣ କାର୍ଯ୍ୟ ଗୁଡିକ ସ୍ଥାୟୀତ୍ୱ ଉପରେ ଉଠିଛି ପ୍ରଶ୍ନ l ଯାହାକି ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଅଂଚଳ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା,ଉତ୍କଳମଣି ଗୋପବନ୍ଧୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ କରାଯାଇଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଆବଶ୍ୟକ ଶ୍ରେଣୀ ଗୃହର ନିର୍ମାଣ ର ଦୃଶ୍ୟ l ଏହା ଜିଲ୍ଲା ଗୃହ ବିଭାଜନ – ୦୧ ପକ୍ଷରୁ,ଦୁଇତାଲା ବିଶିଷ୍ଟ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ର ନିମ୍ନମାନର କାର୍ଯ୍ୟ ନିର୍ମାଣ ପାଇଁ ଆସିଥିବା ୨ କୋଟି ୭ ଲକ୍ଷ ୨୦ ହଜାର ଅର୍ଥ ବ୍ୟୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l ଯାହାର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ମାଥିଲି ବ୍ଲକ ଅଧିନସ୍ତ ବରିଷ୍ଠ ବିଜେପି କର୍ମୀ କୁନାଲ ମିଶ୍ର,ଶ୍ରୀକାନ୍ତ ଚୌଧରି, ଏନ୍ ମାଧଵା,ପ୍ରକାଶ ସେଠି ଙ୍କ ସମେତ ବହୁ ଜନସାଧାରଣ ଙ୍କ ଅଭିଯୋଗ ରହିଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ କେତେ ତତ୍ପର ସହ ସ୍ଥାୟୀ ସମାଧାନ କରି ଦୁର୍ନୀତି ଗ୍ରସ୍ତ ପ୍ରତି କେବେ ନେବେ ପଦକ୍ଷେପ ଜନସାଧାରଣ ଙ୍କ ଅପେକ୍ଷା l