Header-News-Banner

କୃଷକ ମେଳା ଉକିଆ ଅନୁଷ୍ଠିତ

0
IMG-20260303-WA0104

ପାଇକମାଲ – (ବଂଶୀଧର ନାୟକ ) ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁଙ୍ଗୀ ଦାଦର ଠାରେ ବିପର୍ଯ୍ୟୟ ମୁକାବିଲା ମହାସଂଘ ତରଫରୁ ଜୈବିକ ସାର, ଦେଶୀ କୀଟନାଶକ ତଥା ଦେଶୀ ବିହନ ର କୃଷି ମେଳା ଉକିଆ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ରୂପେ ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ର, ପାଇକମାଳ ସିଡିପିଓ ବାସନ୍ତୀ ପୂର୍ତ୍ତି, ଆୟୁର୍ବେଦିକ ମହାବିଦ୍ୟାଳୟ ପାଇକମାଳ ର ପ୍ରଫେସର ଜଗବନ୍ଧୁ ମିଶ୍ର, ମାଣ୍ଡୋଷିଲ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର, ପ୍ରକୃତି ବନ୍ଧୁ ବିଭୂତି ମୁଣ୍ଡ, ସମ୍ବାଦ ଦାତା ସୁରତ ସାହୁ, ସମାଜସେବୀ ବଡ ସତପଥି ଆଦି ଯୋଗ ଦେଇ ପରିବେ ଶୀୟ ସନ୍ତୁଳନ ଉପରେ ଆଲୋଚନା କରିଥିବା ବେଳେ ପାଇକମାଳ ବ୍ଲକ୍ ର ୨୮ ଖଣ୍ଡ ଗ୍ରାମ ର କୃଷକ ସଂଘ, ଜଙ୍ଗଲ ଅଧିକାର କମିଟି, ମହିଳା ସଙ୍ଘ ରୁ ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟ, ସଦସ୍ୟା ତଥା କୃଷକ ମାନେ ଉପସ୍ଥିତ ଥିଲେ । ଏଥିରେ କୃଷକ ମାନେ ବିଭିନ୍ନ ପ୍ରକାର ଦେଶୀ ବିହନ, ଖତ ସାର ଓ ଜୈବିକ ପଦ୍ଧତି ରେ ଉତ୍ପାଦିତ ପନିପରିବା ଆଦି ପ୍ରଦର୍ଶନ କରିଥିଲେ । ବିହନ ସଂରକ୍ଷଣ, ଜୈବିକ କୃଷି ତଥା ପରିବେଶ ସୁରକ୍ଷା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଦିକନ୍ଦ ବିଶ୍ଵାଳ କାର୍ଯ୍ୟକ୍ରମ ର ମହନୀୟତା ଉପରେ ଆଲୋକପାତ କରିଥିବା ବେଳେ ସଫଳ ଜୈବିକ ଚାଷୀ ସିତାରାମ ମାଝୀ, କ୍ଷୀର ପଟେଲ, ଗୋବିନ୍ଦ ବଞ୍ଛୋର୍ ଆଦିଙ୍କୁ ଜୈବିକ କୃଷି କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ମାସ୍ ଅନୁଷ୍ଠାନ ତରଫରୁ ସହାୟତା କରାଯାଇଥିବା ବେଳେ କେଶବ ଡନସନା, ଥାବିର ଭୋଇ, ସାମନ୍ତ ପାତ୍ର, ଦେବାଶିଷ ସିଂ ତଥା ରେବତୀ ରାଉତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *