Header-News-Banner

ଜାଗର ମେଳା ତଥା ମହା ପ୍ରସାଦ ଓ ପଣା ବଣ୍ଟନ କାର୍ଯ୍ୟକ୍ରମ

0
IMG-20260303-WA0105

ପାଇକମାଲ –(ବଂଶୀଧର ନାୟକ )ବରଗଡ଼ ଜିଲ୍ଲା ପାଇକମାଳ ଗନ୍ଧମାର୍ଦ୍ଦନ ପାଦ ଦେଶ ସ୍ଥିତ ମିଠା ପାଳି ନିକଟସ୍ଥ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ତଥା ମାସ ଅନୁଷ୍ଠାନ ତରଫରୁ ଜାଗର ଯାତ୍ରା, ଧର୍ମୀୟ ଚିନ୍ତନ ବୈଠକ ତଥା ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବାବା ସୋମଦେବ ଯୋଗ ଦେଇ ଥିବା ସହ ଶହ ଶହ ଶ୍ରଦ୍ଧାଳୁ ମଧ୍ୟ ଉପସ୍ଥିତ ରହି ବାବା ଦୋମଦେବ ଙ୍କ ମୁଖ ନିଶୃତ ଦିବ୍ୟ ନୀତିବାଣୀ ଶୁଣି ଆପ୍ୟାୟିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମାସ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନଭୋଗ ସହ ଦିବ୍ୟାମୃତ ପଣା ବଣ୍ଟନ କରାଯାଇ ଥିଲା । କାର୍ଯ୍ୟକ୍ରମ କୁ ଆଦିକନ୍ଦ ବିଶ୍ଵାଳ, ଦୀଗେଶ କପାଟ, ନାରାୟଣ ଭୋଇ ପ୍ରଭୃତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *