କାଳବୈଶାଖୀରେ ଉଡ଼ିଗଲା ଛପର ଅଳ୍ପକେ ବର୍ତିଲେ
Reporter – Abhilash mahanadia
Please – kalyansingpur
Date – 19/05/2026
କଲ୍ୟାଣସିଂହପୁର, ୧୯/୦୫/୨୦୨୬
ରାୟଗଡା ଜିଲା କଲ୍ୟାଣସିଂହପୁର
ବ୍ଲକ୍ ସଦର ରେ ଶୁକ୍ରବାର ରାତି ୮. ୩୦ ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ଯୋଗୁଁ କଲ୍ୟାଣସିଂହପୁର ଭୈରବୀ କୋଲନି ର ରୁଣି କାଡ୍ରାକା ଙ୍କ ଘର ର ଟିଣ ସମ୍ପୂର୍ଣ୍ଣ ଭାବେ ଉଡ଼ି
ଯାଇଛି। ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି
ଯାଇଥିଲେ ପରିବାର ଲୋକେ। ଫଳରେ ରୁଣୀ ଙ୍କ ପରିବାର ପଡ଼ୋଶୀ ଘରେ
ମୁଣ୍ଡ ଗୁଞ୍ଜିଛନ୍ତି। ଘର ର ଟିଣ ଛପର ଉଡ଼ି ଯିବା ପରେ
ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ
ଋଣି ଚିନ୍ତାରେ ପଡ଼ିଛନ୍ତି। ଋଣୀ ଦିନମଜୁରିଆ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକୋଳନ କରି କ୍ଷତଗ୍ରସ୍ତ ପରିବାରକୁ ପକ୍କାଘର ଯୋଗାଇ
ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। କଲ୍ୟାସିଂହପୁର ରୁ ଅଭିଳାଷ ମହାନନ୍ଦିଆ ଅଙ୍କ ରିପୋର୍ଟ କଳିଙ୍ଗ 24 nesw