Header-News-Banner

ମଜାହିଦ ଆଲାମଙ୍କୁ ଜିଲ୍ଲା ମାଇନରିଟି ସଭାପତି ଦାୟିତ୍ୱ

0
WhatsApp Image 2026-04-20 at 11.59.48 AM

ଝୁମ୍ପୁରା,
ଝୁମ୍ପୁରା ଅଞ୍ଚଳର ଜଣେ ସକ୍ରିୟ ଓ ବଳିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ଏମ.ଡି. ମଜାହିଦ ଆଲାମଙ୍କୁ ଜିଲ୍ଲା ଭାଜପା ମାଇନରିଟି ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ରାଜ୍ୟ ଭାଜପା ମାଇନରିଟି ସଭାପତି ଗୁରିନ୍ଦର ସିଂହ ଏବଂ ଜିଲ୍ଲା ଭାଜପା ସଭାପତି ସୁଖଦେବ ମହାନ୍ତଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଘୋଷଣା କରାଯାଇଥିବା ସୂଚନା ମିଳିଛି।
ଏହି ଅବସରରେ ଝୁମ୍ପୁରା ବଙ୍ଗଳା ପ୍ରାଙ୍ଗଣରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ନବନିଯୁକ୍ତ ସଭାପତି ମଜାହିଦ ଆଲାମଙ୍କୁ ପୁଷ୍ପଗୁଛ ଓ ମିଠା ପ୍ରଦାନ କରି ସ୍ୱାଗତ ଓ ସମ୍ମାନ ଜଣାଯାଇଥିଲା। ସେଥିପାଇଁ ପୂର୍ବତନ ଜିଲ୍ଲା ମାଇନରିଟି ସଭାପତି ମହତାବ ଆଲାମଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ସେମାନଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।
ଏହି ସମ୍ବର୍ଦ୍ଧନା ସଭାରେ ସେରାଯୁଦ୍ଦିନ କମ୍ପାନୀର ଏମ.ଡି. ଇନ୍ତାଖାବ ଆଲାମ (ଖୁସ୍ତାର ବାବୁ), ଗଣେଶ୍ୱର ମହାନ୍ତ, ମଜହାର ହୁସେନ,ଅନିଦ୍ୟ ବେହେରା, ବିଜୟ କୁମାର ବେହେରା,ଜଲାଲୁଦ୍ଦିନ ଆକବର, ମହେନ୍ଦ୍ର ପଟ୍ଟନାୟକ,ଜ଼ଇଦ ଆନସାରୀ,ଏମ.ଡି. ମୁଖତାର ଜାଫିର ଅହମଦ,ଓ ଅନ୍ୟାନ୍ୟ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।
ନବନିଯୁକ୍ତ ସଭାପତି ମଜାହିଦ ଆଲାମ ତାଙ୍କୁ ମିଳିଥିବା ଏହି ଦାୟିତ୍ୱ ପାଇଁ ଦଳ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ମାଇନରିଟି ସମାଜର ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ।
ଚମ୍ପୁଆରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ,


Spread the love

Leave a Reply

Your email address will not be published. Required fields are marked *