ବିଷମ କଟକ ଗ୍ରାମପଞ୍ଚାୟତ ର ପିଡିଏସ ପାଣ୍ଠି ଦୁରୁପଯୋଗ. ବିଷମ କଟକ ୨୦/୫(ପ୍ରଶାନ୍ତ କୁମାର ପାତ୍ର )
ବିଷମକଟକ ଗ୍ରାମ ପଞ୍ଚାୟତ ମଧ୍ୟରେ ପିଡ଼ିଏସ ପାଣ୍ଠି ର ଦୁରୁପଯୋଗ ବିଷୟ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛି I ନିକଟରେ ବିଷମକଟକ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପିଡ଼ିଏସ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବିଦ୍ଧିବଧ ପ୍ରକ୍ରିୟା ବିନା ବାହାର କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା I
ଏ ସବୁ ବିବାଦ ମଧ୍ୟରେ ନିଜ ମତ ରଖିଛନ୍ତି ବିଷମକଟକ ସରପଞ୍ଚ ନମିତା କୁଲୁସିକା I ତାଙ୍କ କହିବା ଅନୁସାରେ ଗୋଦାମ ମରାମତି ପାଈଁ ୨ ଲକ୍ଷ ଟଙ୍କା ର ଫାଇଲ ଖୋଲା ଯାଇଥିଲା I ହେଲେ ସେହି ଫାଇଲ ଟି ଚାରି ଲକ୍ଷ ହୋଇଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା
ନାହିଁ I
ଏଠାରେ ଉଲ୍ଲେଖ ଥାଉକି ପିଡ଼ିଏସ ଆକାଉଣ୍ଟ ରୁ ବିଦ୍ଧିବଧ ପ୍ରକ୍ରିୟା ବିନା ଟଙ୍କା ଉଠାଯିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା I ତାହା ପରେ ଚଞ୍ଚକତା କରି ପୁରୁଣା ବୈଠକରେ ଦୁଇ ଧାଡି ମରାମତି ବାବଦରେ ଯୋଡି ଦେଇଥିବା ବିଷୟ ସାମ୍ନା କୁ ଆସିଥିଲା I ହେଲେ ପିଇଓ ଜଣକ ତରବର ହୋଇ ଏମିତି କାମ କରିଥିଲେ, ଯେ ପିଡ଼ିଏସ ଖାତା ରୁ କେତେ ଟଙ୍କା କଢ଼ା ଯିବ ତାହା ନେଇ ବୈଠକ ଖାତା ରେ ଯୋଡି ପାରିନଥିଲେ I ଯାହା ଏ ସବୁ ବିବାଦ ପାଇଁ ମୁଖ୍ୟ କାରଣ ହୋଇଥିବା କୁହାଯାଉଛି I
ତେବେ ବର୍ତମାନ ବିଷମକଟକ ସରପଞ୍ଚ ୨ ଲକ୍ଷ ଟଙ୍କା ର ଫାଇଲ ଖୋଲିବା ପାଈଁ ନିଷ୍ପତ୍ତି ହୋଇଥିବା ସ୍ପଷ୍ଟ କରିଛନ୍ତି I ହେଲେ ମଧ୍ୟ ୨୦୨୫-୨୬ ଆର୍ଥିକ ବର୍ଷ ପାଈଁ ସାଧାରଣ ବଣ୍ଟନ ପ୍ରଣାଳୀ ଅନୁଦାନ ରୁ ପଞ୍ଚାୟତ ଗୋଦାମ ଗୃହ ମରାମତି ଓ ରକ୍ଷଣାବେକ୍ଷଣ ପାଈଁ ୪ ଲକ୍ଷ ଟଙ୍କାର ଫାଇଲ ଖୋଲା ଯାଇଛି, ଯେଉଁଥିରୁ ୩ ଲକ୍ଷ ୭୫ ହଜାର ଟଙ୍କା ର ବିଲ ହୋଇଥିବା ସୂଚନା ରହିଛି I
ତେବେ ପଞ୍ଚାୟତ ମଧ୍ୟରେ ଫାଇଲ ଖୋଲିବା ପାଈଁ ପିଇଓଙ୍କୁ କ୍ଷମତା ଦିଆଯାଇଛି I ଯାହା ପର ଠାରୁ ଏହି ଅନିୟମିତତା ପଛରେ ବିଷମକଟକ ପିଇଓ ପ୍ରଦୀପ କୁମାର ଙ୍କ ମୁଖ୍ୟ ଭୂମିକା ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି I
ଅନ୍ୟ ପକ୍ଷରେ ଯନ୍ତ୍ରୀ ବିଶ୍ୱ ଭୂଷଣ ବେହେରା ଫେବୃଵାରୀ ୨୦୨୬ ରୁ ଦାୟତ୍ୱ ରେ ନ ଥାଇ ମଧ୍ୟ ବିଲ କେମିତି କଲେ ତାହା ନେଇ ଯନ୍ତ୍ରି ଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ I ତେବେ ୨ ଲକ୍ଷ ଟଙ୍କା ର ଫାଇଲ ଟି ରେ ଇରେଜର ମାଧ୍ୟମରେ ୪ ଲକ୍ଷ କରାଯାଇଥିବା ଅଭିଯୋଗ ହେଉଥିବା ବେଳେ ଯନ୍ତ୍ରୀ ୨ ଲକ୍ଷ ଟଙ୍କା ପାଈଁ ନାଁ ୪ ଲକ୍ଷ ପାଈଁ ଏସ୍ଟିମେଟ ତିଆରି କରିଥିଲେ ତାହା ବର୍ତମାନ ଅସ୍ପଷ୍ଟ I ତେବେ ଏହି ବିବାଦ ବଢୁଥିବା ଦେଖି ଜିଲ୍ଲା ପଞ୍ଚାୟତ ଅଧିକାରୀ ଏହାର ତଦନ୍ତ କରିବେ ବୋଲି ସୂଚନା ରହିଛି I ଅନ୍ୟ ପଟେ ସମିତି ସଭ୍ୟ ତଥା ୱାର୍ଡ ସଭ୍ୟ ମାନଙ୍କୁ କୌଣସି ବୈଠକୁ ଡକାଯାଉନି, ଏବଂ ସମସ୍ତ ନିଷ୍ପତ୍ତି ଏକଛାତ୍ରବାଦ ଭାବେ କରାଯାଉଥିବା ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରାସାଦ ପଟନାୟକ ପ୍ରତିକ୍ରିୟା ରଖିଥିବା ସହ ବିଷମକଟକ ପଞ୍ଚାୟତ ମଧ୍ୟରେ ବିଗତ ୨୦୨୨ ରୁ ଏବେ ପର୍ଯ୍ୟନ୍ତ ସମସ୍ତ କାରବାର ର ଭିଜିଲାନ୍ସ ତଦନ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ସୂଚନା କରିଛନ୍ତି I
ତଦନ୍ତ ପୂର୍ବରୁ ଫାଇଲ ଗାୟବ ଅବା ନଥିପତ୍ର ସହ ଚଞ୍ଚକତା ଆଦିକୁ ରୋକିବା ପାଇଁ ଏହି ବିବାଦ ସହ ସମ୍ବନ୍ଧିତ ସମସ୍ତ ଦସ୍ତାବିଜ ବିଡିଓ ନିଜ ପାଖରେ ରଖିବା ପାଇଁ ବିଷମକଟକ ନାଗରିକ ମଞ୍ଚ ର ସଭାପତି ଗୋପାଳ କୃଷ୍ଣ ପଟନାୟକ ଦାବି କରିଛନ୍ତି I ତେଵେ ଏ ନେଇ ତଦନ୍ତ କରାଯିବା ସହ ଦୋଷ ପ୍ରମାଣିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ସ୍ପଷ୍ଟ କରିଛନ୍ତି I
ଏଠାରେ ପ୍ରକାଶ ଥାଉକି ବିଷମକଟକ ଗ୍ରାମ ପଞ୍ଚାୟତ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହୋଇଥିବାରୁ ସରପଞ୍ଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଯାଇଛି I ଡ଼ିଏସସୀ କାମ କରୁନାହିଁ, ଏବଂ କ୍ଷମତା ସବୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି I ପଞ୍ଚାୟତ ଫାଇଲ ହୋଇଥିବାରୁ ପିଡ଼ିଏସ ଖାତା ରୁ ଟଙ୍କା ଉଠାଯିବା ନେଇ ପିଇଓ ଏବଂ ସରପଞ୍ଚଙ୍କ ଦସ୍ତଖତ ଯେଥେଷ୍ଟ I ହେଲେ ସରପଞ୍ଚଙ୍କ ଡ଼ିଏସସୀ ଅଚଳ ହେବା ପୂର୍ବରୁ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ୪ ଲକ୍ଷ ଟଙ୍କା ସାରିଦେବା ଯୋଜନା କରିଥିବା ଅଭିଯୋଗ ହୋଇଛି I