ବଜ୍ରପାତ ପଡି ଗୁରୁତ୍ତର 11 ବର୍ଷିଆ ବାଳକ କଳିଙ୍ଗ ଫୋକସ ତା :18/05/26 ସୋମବାର
ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତର ବିଜ୍ରାଗୁଡା ଗ୍ରାମର ରମେଶ ମାଝୀଙ୍କ ପୁଅ ରୋହନ ମାଝୀ ବୟସ 11 ବର୍ଷ ବାଳକ ସନ୍ଧ୍ୟା 05:45 ସମୟରେ ଘର ପାଖରେ ଥିବା ଆମ୍ବତୋଟାଠାରେ ପାଣିପାବନ ସମୟରେ ଆମ୍ବ ଗୋଟାଇ ଯାଇଥିବାବେଳେ ହଠାତ୍ କାଳ ବୈଶାଖୀ ଓ ଘଡ଼ଘଡ଼ି ସହ ବଜ୍ରପାତ ପଡିବାରୁ ଗୁରୁତ୍ତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇଥିଲେ। ତାପରେ ବାଳକର ସ୍ଥିତି ଗମ୍ଭୀର ଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ତାଙ୍କୁ କୋରାପୁଟ ହସ୍ପିଟାଲକୁ ରେଫର କରିଥିବା ତାଙ୍କ ସମ୍ପର୍କୀୟ ସୂଚନା ଦେଇ କହିଛନ୍ତି। ପିଲାଟିର ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ନିମନ୍ତେ ନିବେଦନ କରିଛନ୍ତି।
ତେନ୍ତୁଳିଖୁଣ୍ଟିରୁ ସଂଜୀବ ଖୁରାଙ୍କ ରିପୋର୍ଟ କଳିଙ୍ଗ ଫୋକସ