Header-News-Banner

କୋଳିପୋଷି ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବ କେବେ

0
WhatsApp Image 2026-05-14 at 9.58.25 PM


ଘଟଗାଁ, ୧୪। ୫ (ତ୍ରିଲୋଚନ ପାତ୍ର )ବିଗତ ଦିନରେ ଖବର ପ୍ରସାରଣ ପରେ ଘଟଗାଁ ବ୍ଲକ ଅଧୀନରେ ଥିବା ଅନେକ ବିଦ୍ୟାଳୟ ଗୁଡିକର ଅସୁରକ୍ଷିତ ଶ୍ରେଣୀ ଗୃହ ଗୁଡିକକୁ ଭଙ୍ଗା ଯାଇଛି। ହେଲେ ୧୯୫୪ ମସିହାରୁ ସ୍ଥାପିତ ହୋଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଳିପୋଷି ଅସୁରକ୍ଷିତ ଗୃହକୁ ଭାଙ୍ଗିବାକୁ ଭୁଲିଗଲେ ପ୍ରଶାସନ। ଏହି ବିଦ୍ୟାଳୟ ଟି ପ୍ରଥମରୁ ସପ୍ତମ ଯାଏଁ ଶ୍ରେଣୀ ରହିବା ସଙ୍ଗେ ଏହା ଚାଳିଶ ଶଯ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ। ପ୍ରତି ମୁହୂର୍ତ୍ତରେ ଉକ୍ତ ଅସୁରକ୍ଷିତ ଶ୍ରେଣୀ ଗୃହ ଛାତ୍ରଛାତ୍ରୀ ମାନଙ୍କ ଲାଗି ବିପଦ ରହୁଛି। ଅସୁରକ୍ଷିତ ଶ୍ରେଣୀଗୃହ ଛାତ, କାନ୍ଥ କୌଣସି ସମୟରେ ଖସିପଡିବ ତାହା କହିବା ଅସମ୍ଭବ। ଛାତ୍ରଛାତ୍ରୀ ଖେଳ କୁଦ କରୁଥିବା ସମୟରେ ଯଦିଓ କୌଣସି ଅଘଟଣ ଘଟେ ଦାୟୀ କିଏ ରହିବ।ଏଣୁ ଗ୍ରୀଷ୍ମ ଛୁଟି ପୂର୍ବରୁ ଯଦିଓ ଉକ୍ତ ଅସୁରକ୍ଷିତ ଶ୍ରେଣୀ ଗୃହ ଗୁଡିକ ଭାଙ୍ଗି ଦିଆଯାଏ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମନରୁ ଭୟ ଦୂର ହୁଅନ୍ତା। ଆଗକୁ ସମୟ କହିବ ଖବର ପ୍ରସାରଣ ପରେ ପ୍ରଶାସନ କିଭଳି ନିଷ୍ପତି ଗ୍ରହଣ କରୁଛି।

Spread the love

Leave a Reply

Your email address will not be published. Required fields are marked *