Header-News-Banner

ଛାତ୍ର ସୁଦାମ କଅଁରଙ୍କୁ ଶୁଭେଚ୍ଛା ଜଣାଇଲେ ଏସଡିସି ଅଧ୍ୟକ୍ଷ

0
WhatsApp Image 2026-05-14 at 9.58.17 PM

କଣ୍ଟାମାଳ ୧୪:୦୫:୨୦୨୬(ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଛାତ୍ର ସୁଦାମ କଅଁର ଚଳିତ ଦ୍ୱାଦଶ ପରୀକ୍ଷାରେ ୮୯.୪ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି l ସେ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ତମ୍ବାସିନା ଗ୍ରାମର ଗୋପୀନାଥ କଅଁର ଓ ପଦ କଅଁରଙ୍କ ସୁପୁତ୍ର ଅଟନ୍ତି l ସେ ଜଣେ ଆଦିବାସୀ ଛାତ୍ର ହୋଇଥିବାରୁ ଏହି ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ସେ ଛୋଟ ସମୟରୁ ଭଲ ପାଠ ପଢୁଛନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ସ୍ବପ୍ନ ରଖିଛନ୍ତି l ଗୁରୁବାର ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁଧର କହଁର ଛାତ୍ର ସୁଦାମ କହଁରଙ୍କ ଘରକୁ ଯାଇ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *