ନଛିପୁର ପ୍ରିମିଅର୍ ଲିଗ୍ ସ୍ଥିତି ଇଲେଭେନ୍ ଦଳକୁ ହରାଇ ବିଶ୍ୱ ଇଲେଭେନ୍ ଦଳ ବିଜୟୀ l
ନୟାଗଡ଼ ୦୪/୦୬ ( କୁନା ବେହେରା ) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ନଛିପୁର ଠାରେ ମହାବୀର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ନଛିପୁର ପ୍ରିମିଅର୍ ଲିଗ୍ ସିଜିନ୍ – ୧ ଦ୍ୱିତୀୟ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ସ୍ଥିତି ଇଲେଭେନ୍ ୧୧ ଦଳ ୧୨ ଓଭରରେ ୮୦ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ବିଶ୍ୱ ଇଲେଭେନ୍ ୧୧ ଦଳ ୧୧ ଓଭରରେ ୮୧ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ବିଶ୍ୱ ଇଲେଭେନ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଶକ୍ତିପ୍ରସାଦ ବେହେରା ୧୦ ବଲରେ ଧୂଆଁଧାର ୨୨ ରନ୍ ସଂଗ୍ରହ କରିଥିଲେ।
ମହାବୀର କ୍ରିକେଟ କ୍ଲବର ପଦ୍ମଚରଣ ପ୍ରଧାନ, ବେଣୁଧର ବେହେରା, ବାବୁଲା ଦଳ ବେହେରା, ଆଲୋକ ବେହେରା, ପ୍ରଭାତ ନାୟକ, ରାମଚନ୍ଦ୍ର ନାୟକ, ସୌମ୍ୟରଞ୍ଜନ ଖମାରୀ, ସମୀର ସାହୁ, ଚନ୍ଦନ ସାହୁ ଓ ସଞ୍ଜୟ ନାୟକ ପ୍ରମୁଖ ଏନ୍.ପି.ଏଲ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।( ନୟାଗଡ଼ ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ)