Header-News-Banner

ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

0
WhatsApp Image 2026-06-04 at 6.12.50 PM


ଭୁବନ ୪.୬ -( ମନୋଜ କୁମାର ପୋଥାଳ)ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ଗୁରୁବାର ଜୁପିଟର ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ କରିବା ସହିତ ଆସାମୀ କୁ ଗିରଫ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଗୁରୁବାର ସକାଳ ୭ ଘଟିକା ସମୟରେ ସଦଳ ବଳେ ପାଟ୍ରୋଲିଂ ରେ ଯାଇଥିବା ବେଳେ ରଗଡ଼ି ଛକ ଠାରେ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମର ଶତ୍ରୁଘ୍ନ ସାହୁ ଙ୍କ ଠାରୁ ତାଙ୍କ ଓଡ଼ି ୦୬ ଏଲ ୬୨୨୬ ନମ୍ବର ବିଶିଷ୍ଟ ଟି ଭି ଏସ ଜୁପିଟର ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଥିଲେ ।
ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୩୩/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଭୁବନ ଜେ ଏମ ଏଫ୍ ସି କୋର୍ଟ କୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *