Header-News-Banner

ସ୍ୱତନ୍ତ୍ର ସଘନ ସଂଶୋଧନ – ୨୦୨୬ (ଏସ୍ ଆଇ ଆର)ସଚେତନତା ଅଭିଯାନ।

0
WhatsApp Image 2026-06-04 at 6.12.28 PM (1)

ନୀଳଗିରି,ତା,୦୪/୬(ନୀଳଗିରି)
ସମଗ୍ର ବାଲେଶ୍ଵର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଚାଲୁ ଥିବାବେଳେ, ୪୦- ନୀଳଗିରି ବିଧାନସଭା ନିର୍ଵାଚନ ମଣ୍ଡଳୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିଛି।ଏଥି ପାଇଁ ଆଜି ପୂର୍ବାହ୍ନ ଘ ୭ଟୀକା ସମୟରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରୁ ନିର୍ଵାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଦ୍ଵାରା ଏକ ଏସ ଆଇ ଆର ସଚେତନତା ଅଭିଯାନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସମୟରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶରୀ ପରିଡ଼ା,ଅତିରିକ୍ତ ତହସିଲଦାର ଶ୍ରୀମତୀ ଶୁଭଶ୍ରୀ ଜେନା,ଆସିଷ୍ଟାଣ୍ଟ କଲେକ୍ଟର ରଂଜନ ସେନାପତି, ଡେପୁଟୀ କଲେକ୍ଟର ପ୍ରଦୀପ କୁମାର ଦାସ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ,ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ସୁଶାନ୍ତ ସିଂ,ଗୌତମ ହାବୁଡ଼ା, ଧନଞ୍ଜୟ ବେହେରା,ସୁଶ୍ରୀ ଗୀତାରାଣୀ ସିଂ , ପରମେଶ୍ୱର ନାୟକ,ପ୍ରଣବ ନାୟକ, ପ୍ରୀତି ମୋହନ ସିଂ, ଛାତ୍ର/ଛାତ୍ରୀ ସମେତ ଅନ୍ୟାନ୍ୟ ସଧାରଣ ଜନତା ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ।ଏହି ଏସ ଆଇ ଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ପାଇଁ ସଚେତନତା ବାର୍ତ୍ତା ବହନ ଅଭିଯାନ ରଥର ଶୁଭାରମ୍ଭ କରି ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀମତୀ ରଥ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖିଥିଲେ।ରାଜ୍ୟରେ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏସ ଆଇ ଆର୍ କାର୍ଯ୍ୟକ୍ରମ ଜାରି ରହିଛି।ଏହି କାର୍ଯ୍ୟକ୍ରମରେ ବିଏଲଓ ମାନେ ଆସନ୍ତା ୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲି ପରିଗଣନା ଫର୍ମ ପୂରଣ କରିବାରେ ସହାୟତା ପ୍ରଦାନ ଓ ମାର୍ଗଦର୍ଶନ କରିବେ।ଆସନ୍ତା ଜୁଲାଇ ୫ ତାରିଖ ଖସଡ଼ା ଭୋଟର ତାଲିକା ପ୍ରକାଶ ,୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି, ଆପତ୍ତି ଅଭିଯୋଗ ଦାଖଲ ସମୟ ସୀମା ଏବଂ ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାବି ଆପତ୍ତି ନିଷ୍ପତି ଥିବାବେଳେ ସେପ୍ଟେମ୍ବର ୬ ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଏହି ପ୍ରକ୍ରିୟା ବା ଅଭିଯାନକୁ ସଫଳ କରିବା ପାଇଁ ଉପଜିଲ୍ଲାପାଳ ତଥା ନିର୍ଵାଚନ ପଞ୍ଜିକରଣ ଅଧିକାରୀ ଶ୍ରୀମତୀ ରଥ ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଏବଂ ନିର୍ଭୁଲ ବା ଅଦ୍ୟତନ କରିବା,ଏସ ଆଇ ଆର -୨୦୨୬ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ସୀମା ଧାର୍ଯ୍ୟ ହୋଇଛି।ତେଣୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜ ଭୋଟ ର ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ କରି ନେବା,ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ,ଅଯୋଗ୍ୟ,ନକଲି ନାମ ଚିହ୍ନଟ କରି ଓ ମୃତ ବ୍ୟକ୍ତିଙ୍କ ନାମ ବାଦ କରିବା ସହ ତ୍ରୁଟି ସଂଶୋଧନ ଉପରେ ଗୁରୁତ୍ବ ଦିଆଯାଇଛି।ଜନସାଧାରଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି ଏତଦ୍ ଭିନ୍ନ ଇସି ଆଇଏନ୍ଇଟି ଆପ ବ୍ୟବହାର କରିବା ପାଇଁ ଅବଗତ କରାଯାଇଛି।୪୦- ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ କାର୍ଯ୍ୟକ୍ରମରେ ୨୨୦ ଜଣ ବିଏଲଓ,୨୨ଜଣ ସୁପର୍ଭାଇଜର,୪ ଜଣ ଏଇଆରଓ,ଅତିରିକ୍ତ ୨ଜଣ ଏଇଆରଓ ନିୟୋଜିତ ଅଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ,ଡବଲ ଇଞ୍ଜିନ ସରକାର ରେ ମାନ୍ୟବର
ପ୍ରଧାନମନ୍ତ୍ରୀ ଙ୍କ ଦେଶ ବାସୀ ଙ୍କୁ ଆହ୍ବାନ କ୍ରମେ ଗାଡ଼ି ବ୍ୟବହାର ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି।କିନ୍ତୁ ଆଜିର ଏହି କାର୍ଯ୍ୟ କ୍ରମ ରେ ତାର ଧଜିଆ ଉଡ଼ିଥିବା ଦେଖା ଯାଇଛି।୪/୫ ଜଣ ଅଫିସର ୫ ଟି
ଗାଡି ନେଇ ନୀଳଗିରି ରୁ
ପଞ୍ଚଲିଙ୍ଗେଶ୍ଵର ଯିବାକୁ ସାଧାରଣ ଜନତା ନା ପସନ୍ଦ କରିଥିବା ଚର୍ଚ୍ଚା ହେଉଥିବା ଶୁଣା ଯାଇଛି। ଅନ୍ୟ ପକ୍ଷରେ ସ୍ଥାନିୟ ଜନ ପ୍ରତୀନିଧି ଙ୍କୁ କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ ନ କରିବା ସଧାରଣ ରେ ଭ୍ରୁ-କୁଞ୍ଚନ ସୃଷ୍ଟି କରିଥିବା କୁହା ଯାଉଛି।

Spread the love

Leave a Reply

Your email address will not be published. Required fields are marked *