Header-News-Banner

ଜଗତସିଂହପୁରରେ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ଶୀଘ୍ର ପ୍ରତିଷ୍ଠା ପାଇଁ ଦାବି

0
WhatsApp Image 2026-06-04 at 6.11.57 PM

ଜଗତସିଂହପୁର ୪/୬/ବୈଷ୍ଣବ ରାଉଳ ଜଗତସିଂହପୁର ଜିଲ୍ଲାରେ ଘୋଷିତ ବିଶ୍ୱବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ କଲେଜ ଓ ମେଡିକାଲ କଲେଜକୁ ଶୀଘ୍ର ପ୍ରତିଷ୍ଠା କରିବାକୁ ଦାବି ଜୋରଦାର ହୋଇଛି। ଏନେଇ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ସୁନିଲ କୁମାର ମାଟିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ ଅନୁସାରେ, ଓଡିଶା ବିଧାନ ସଭାରେ ଜଗତସିଂହପୁର ଜିଲ୍ଲାରେ ଉଚ୍ଚଶିକ୍ଷା ପ୍ରସାର ନିମନ୍ତେ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଘୋଷଣା କରାଯାଇଥିଲା । ଏହା ଜିଲ୍ଲାବାସୀ ଓ ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚ ଶିକ୍ଷାର ଆଶା ସୃଷ୍ଟି କରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ ସେଗୁଡ଼ିକ କାର୍ଯ୍ୟକାରୀ ହୋଇନଥିବାରୁ ଜିଲ୍ଲା ବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣାରେ ଛାତ୍ର ନେତା ଶ୍ରୀ ମାଟିଆ କହିଛନ୍ତି ଯେ, ଜିଲ୍ଲାର ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହୋଉଛନ୍ତି। ଯାହା କି ଜଗତସିଂହପୁର ଭଳି ଏକ ଶିକ୍ଷିତ ଜିଲ୍ଲା କୁ ଅଣଦେଖା କରିବା ଭଳି। ଗରିବ ମେଧାବୀ ଛାତ୍ରଛାତ୍ରୀ ତାଙ୍କ ପରିବାର ପାଇଁ ଅର୍ଥନୈତିକ ଭାବେ ଭାରସାମ୍ୟହୀନ ସ୍ଥିତି ସୃଷ୍ଟି କରୁଛି। ତାଙ୍କ ଦାବି ମୁତାବକ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ କୁ ଓଡ଼ିଆ ମାଟିର ଆଦିକବି ସାରଳା ଦାସ ଙ୍କ ନାମରେ ବିଶ୍ୱବିଦ୍ୟାଳୟ ଯଥା ଶିଘ୍ର ପ୍ରତିଷ୍ଠା କରି ଚଳିତ ବର୍ଷରୁ ନାମ ଲେଖାର ସୁଯୋଗ ପ୍ରଦାନ କରନ୍ତୁ। ପ୍ରସ୍ତାବିତ ପାରାଦ୍ୱୀପରେ ସରକାରୀ ଇଞ୍ଜିନିୟରିଂ କଲେଜ ଓ ପ୍ରସ୍ତାବିତ ଜଗତସିଂହପୁରରେ ମେଡିକାଲ କଲେଜ ସ୍ଥାପନାକୁ ଶୀଘ୍ର କାର୍ଯ୍ୟରୂପ ଦେବା ଦାବି ରହିଛି। ସେଥିପାଇଁ ଚଳିତ ବର୍ଷ ମଧ୍ୟରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରି ୨୦୨୬–୨୭ ଶିକ୍ଷାବର୍ଷରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି। ଏହି ସମ୍ପର୍କରେ ଛାତ୍ର ସମୁଦାୟ କହିଛନ୍ତି ଯେ, ଯଦି ସରକାର ଶୀଘ୍ର ପଦକ୍ଷେପ ନନେଲେ, ଆଗାମୀ ଦିନରେ ଆନ୍ଦୋଳନ ମାର୍ଗ ଅବଲମ୍ବନ କରାଯିବ। ଜିଲ୍ଲାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସ୍ଥାପନା ହେଲେ ଶିକ୍ଷା ବ୍ୟବସ୍ଥାରେ ମୂଲଗାମୀ ପରିବର୍ତ୍ତନ ଆସିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *