ଗଞ୍ଜେଇ ଜବତ ସହ ଜଣେ ଗିରଫ l
ନନ୍ଦପୁର ୩୧-୩,(ବିମଳ ସ୍ମିତ) ନନ୍ଦପୁର ଅବକାରୀ ପୋଲିସ ଜଣେ ଗଞ୍ଜେଇ ବ୍ୟବସାୟୀ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ସୁଚୀତ ଯେ ନନ୍ଦପୁର ଅବକାରୀ ଓ ଆଇ ସି ରାଜୁ ଖୀତି ଏକ ଟିମ୍ ଏ ଏସ ଆଇ ଶକ୍ତି ବେହେରା, କୋନେଷ୍ଟବଳ ଦେବେନ୍ଦ୍ର ଖରା, ଗୀତାରାଣୀ ଦଳପତି, ଜ୍ଞାନ ଦୀକ୍ଷିତ , ଗଙ୍ଗା ଶଙ୍କର, ତ୍ରିଲୋଚନ ସିଂ ପ୍ରମୁଖ ନନ୍ଦପୁର ସ୍ଥାନୀୟ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟ ଜଣେ ଯୁବକକୁ ସନ୍ଦେହ କରି ପିଛା କରି ଧରିଥିଲେ l ପରେ ଯୁବକ ପାଖରେ ଥିବାକୁ ଯାଞ୍ଚ କରିବା ପରେ ବ୍ୟାଗରେ ଗଞ୍ଜେଇ ଥିବା ଦେଖି ଯୁବକକୁ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ କରି ବ୍ୟାଗରେ ଗଞ୍ଜେଇ ଓଜନ କରି ଥିଲେ l ବ୍ୟାଗ୍ ଭିତରେ ମୋଟ ୧୫ କିଲୋ ୨୦୦ଗ୍ରାମ ଗଞ୍ଜେଇ ରହିଥିବା ବେଳେ ନନ୍ଦପୁର ଅବକାରୀ ଥାନାର ପି. ଆର୍. ନମ୍ବର ୨୩୯/୨୫-୨୬ ରେ ମାମଲା ରୁଜୁ କରି ଯୁବକ ଜଣକୁ କୋର୍ଟ ଚାଲାଣ କରିଛି। ତାହାର ଘର କୋରାପୁଟ ସଦର ବଡ ଦେଉଲା ଗ୍ରାମର ସୌମ୍ୟ ରଞ୍ଜନ ପରଜା ବୋଲି ଜଣାପଡିଛି l କାଲି କଳିଙ୍ଗ ଫୋକସ୍