ନନ୍ଦପୁର ରେ କଳା ବୈଶାଖୀକାଳ କରୁଛି ବର୍ଷାର କୋରାଳ ରୂପ
ନନ୍ଦପୁର ୩୧-୩,(ବିମଳ ସ୍ମିତ) ସୋମବାର ମଧ୍ୟାହ୍ନରେ କାଳ ବୈଶାଖୀର କୋରାଳ ରୂପ ଦେଖିବାକୁ ମିଳିଛି l ସୋମବାର ମଧ୍ୟାହ୍ନରେ କାଳବୈଶାଖୀରେ ବର୍ଷା, କୁଆ ପଥର, ଘଡ ଘଡ଼ିରେ ବାଟଇଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି l ସେପଟେ ଆଜି ସନ୍ଧ୍ୟା ହେବ କ୍ଷଣି ହଟାତ୍ କାଳ ବୈଶାଖୀ ଆରମ୍ଭ ହୋଇ ପ୍ରବଳ ପବନ ସହିତ ବର୍ଷା ସହ ଘଡ଼ ଘଡି ହୋଇ ଥିଲା ।ଏହି କାଳ ବୈଶାଖୀ ପ୍ରଭାବରେ ବାଡେଲ ଓ ସଗର ଗାଁ ମଝିରେ ଗଛ ପଡ଼ି କିଛି ସମୟ ରାସ୍ତା ଅବରୋଧ ହୋଇ ଥିଲା। ଅଳ୍ପ ବର୍ଷା କମିବା ପରେ ନନ୍ଦପୁର ଅଗ୍ନିଶମ ବିଭାଗ ପହଞ୍ଚି ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିଲେ। ତେବେ କାଳ ବୈଶାଖୀ ତାଣ୍ଡବରେ ବିଦ୍ୟୁତ୍ ବିଚ୍ଛିନ୍ନ ସହ ସମଗ୍ର ନନ୍ଦପୁର ବ୍ଲକ୍ ଅନ୍ଧାରରେ ରହିଥିଲା l କଳିଙ୍ଗ ଫୋକସ