Header-News-Banner

ପରିତ୍ୟକ୍ତ କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ l

0
WhatsApp Image 2026-04-01 at 10.51.44 AM

ନନ୍ଦପୁର ୩୧-୩, (ବିମଳ ସ୍ମିତ) ନନ୍ଦପୁର ସଦର ମହକୁମା ବାହିରିପଡା ସ୍ଥିତି ଏକ ପରିତ୍ୟକ୍ତ କୁଅରେ ଜଣେ ବୃଦ୍ଧା ମହିଳା ପଡ଼ି ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକା କୂଳ ପରିବେଶ ସୃଷ୍ଟି କରୁଛି l ସକାଳୁ ପ୍ରାୟ ୭.୪୦ ରେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀର କେନ୍ଦ୍ରାଧିକାରି ହେମନ୍ତ କୁମାର ସାମଲ ଅଗ୍ନିଯୋଦ୍ଧା -ଥବିର ଭୋଇ, ପ୍ରକାଶ କିଶାନ, କିରଣ କୁମାର ମହାରଣା, ଜଗନ୍ନାଥ ଦଳାଇ, ଅମିତ କୁମାର ଦାସ, ଡ୍ରାଇଭର ଅଜୟ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ସୂଚିତ ଯେ ମୃତ ବୃଦ୍ଧା ଜଣକ ବଡ଼ସାନ ସାହି ବାସିନ୍ଦା ସ୍ୱର୍ଗତ ଧନ ଦିଆରୀଙ୍କ ପତ୍ନୀ ଦଇମତି ଦିଆରୀ (୬୨) ବୋଲି ଜଣା ପଡ଼ିଛି। ସୂଚନା ପ୍ରକାରେ ଦଇମତି ଫୁଲ ତୋଳିବାକୁ ବଡି ଭୋରୁ ଯାଇଥିବା ସମୟରେ କୌଣସି ପ୍ରକାରେ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ନନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ତ୍ରିନାଥ ତୋଟାପାଡିଆ l କଳିଙ୍ଗ ଫୋକସ୍

Spread the love

Leave a Reply

Your email address will not be published. Required fields are marked *