କସନ୍ଧି ସରପଂଚଙ୍କ ମାତୃ ବିୟୋଗ l
ଉପାଧ୍ୟକ୍ଷଙ୍କ ଶୋକ l
ନନ୍ଦପୁର ୩୧-୩,(ବିମଳ ସ୍ମିତ) ନନ୍ଦପୁର ବ୍ଲକ କସନ୍ଧି ଗ୍ରାମ ପଞ୍ଚାୟତ ସରପଂଚ ନବିନା ମୁଦୁଲିଙ୍କ ମାତା କମଳା ମୁଦୁଲିଙ୍କ ବିୟୋଗ ହୋଇଯାଇଛି l ମୃତ୍ୟୁବେଳକୁ ତାଙ୍କ (୫୫) ବର୍ଷହୋଇଥିବା ବେଳେ ହଠାତ୍ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା l ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ବନ୍ଧୁ ବାନ୍ଧବ ସହ ସମ୍ପର୍କୀୟ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ଖବର ପାଇ ନନ୍ଦପୁର ବ୍ଲକ ଉପାଧ୍ୟକ୍ଷ ଗୋପାଳ ହନ୍ତାଳ କସନ୍ଧି ପଞ୍ଚାୟତ ସରପଂଚଙ୍କ ବାସ ଭବନରେ ପହଂଚି ମୃତକଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l ସେପଟେ ଉଭୟ ସରପଂଚ ସଂଘ ଓ ସମିତି ସଭ୍ୟ ସଂଘ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l କଳିଙ୍ଗ ଫୋକସ