Header-News-Banner

ନନ୍ଦପୁର ଲ୍ୟାମ୍ପସ୍‌ର ବାର୍ଷିକ ଅଡିଟ୍ ରିପୋର୍ଟ ଉପସ୍ଥାପନା

0
WhatsApp Image 2026-04-01 at 10.51.46 AM

ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା

ନନ୍ଦପୁର ୩୧-୩, (ବିମଳ ସ୍ମିତ) ନନ୍ଦପୁର ଲ୍ୟାମ୍ପସ୍‌ରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ଦହନା ସିସାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଷୟବସ୍ତୁ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଉପସ୍ଥିତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ବଳଭଦ୍ର ସିସା, ଭଗବାନ ମୁଦୁଲି, ଭଗବାନ ସିସା, ଗିରିଧର ନାୟକ, ଜଗନ୍ନାଥ ପାଙ୍ଗି, ବିମଳା ଡୁମାରୀ, ତୁଳା ନାୟକ, ସିମାଞ୍ଚଳ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍. କେ. ଗଫୁର, ଭଗବାନ ପେଟିଆ, ନିଳାମ୍ବର ହଂସା, ଜିନୁ କିର୍ଷାନି ଓ ଆଗଧାଡ଼ି ଚାଷୀମାନଙ୍କ ମଧ୍ୟରେ ଗଙ୍ଗାପ୍ରସାଦ ହଜାରୀ, ବାଳକୃଷ୍ଣ ସୁଆର, ଶିବ ପ୍ରସାଦ ବେବର୍ତ୍ତା, ମନ କହଁର, ରାମା ମାଳି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ୨୦୨୪-୨୫ ମସିହାର ଅଡିଟ୍ ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ୨୦୨୫-୨୬ ମସିହାର ବାର୍ଷିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ସେହିପରି ୨୦୨୬-୨୭ ପାଇଁ କାର୍ଯ୍ୟ ଖସଡା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ସହ ଲ୍ୟାମ୍ପସ୍‌ରେ ସିଏସସି ସେଣ୍ଟର, ସାର ହୋଲସେଲ୍ ପଏଣ୍ଟ ଓ ଜନଔଷଧି କେନ୍ଦ୍ର ପରିଚାଳନା, ବିହନ ଓ ସାର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ମତବିନିମୟ ହୋଇଥିଲା। ତା ଛଡ଼ା ଲୁଜିଙ୍ଗ ଛକ ସମ୍ମୁଖରେ ଥିବା ୧ ଏକର ଜମିରେ ପଟ୍ଟା ପ୍ରାପ୍ତି ପରେ କୋଲ୍ଡ ଷ୍ଟୋରେଜ୍ ଓ ଏଲପିଜି ବିତରକ କେନ୍ଦ୍ର ସ୍ଥାପନ ସହିତ ଲ୍ୟାମ୍ପସ୍‌ରେ ଷ୍ଟଲ୍ ବା ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସର୍ବୋପରି, କର୍ମଚାରୀଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବରିଷ୍ଠ ନିର୍ଦ୍ଦେଶକ ଗୋପାଳ କୃଷ୍ଣ ବେବର୍ତ୍ତା ସଭାକୁ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ, ପରିଚାଳନା ନିର୍ଦ୍ଦେଶକ ସୁରେଶ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। କଳିଙ୍ଗ ଫୋକସ

Spread the love

Leave a Reply

Your email address will not be published. Required fields are marked *