Header-News-Banner

ଗତ ବର୍ଷ ର ପୁନରାବୃତ୍ତି……

0
WhatsApp Image 2026-07-16 at 19.39.19

ରଥ ଯାତ୍ରାରେ ବିଭ୍ରାନ୍ତି, ପାହୁଣ୍ଡେ ଗଡୁଣୁ ରଥ ଅଘଟଣ

ନନ୍ଦପୁର ୧୬-୭, (ବିମଳ ସ୍ମିତ ) ନନ୍ଦପୁର ରଥ ଯାତ୍ରା ରେ ପୁଣି ବିଭ୍ରାନ୍ତି l ଗତ ବର୍ଷର ପୁନରାବୃତ୍ତି l ପାହୁଣ୍ଡେ ଗଡିଣୁ ରଥ ଅଘଟଣ l ନାକେଦମ୍ ପୁଲିସ ପ୍ରଶାସନ l ଶ୍ରଦ୍ଧାଳୁ ଓ ଭକ୍ତ ଗଣ ନିରାଶ ହୋଇଛନ୍ତି। କୋରାପୁଟ ଜିଲ୍ଲାର ବହୁ ପୁରାତନ ଓ ଐତିହାସିକ ନନ୍ଦପୁର ରଥଯାତ୍ରା ଚଳିତ ବର୍ଷ ମହା ଆଡ଼ମ୍ବରରେ ପାଳନ ନେଇ ଆୟୋଜନ ଫିକା ପଡ଼ିଛି l ଲଗାଣ ବର୍ଷାରେ ମଧ୍ୟରେ ଭକ୍ତିମୟ ପରିବେଶରେ ଭକ୍ତ ଗଣ ନନ୍ଦପୁର ରାଜ ଦାଣ୍ଡ ରେ ଉପସ୍ଥିତ ରହିଥିଲେ l ହଜାର ହଜାର ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିବା ସହ ରଥ ଟାଣିବାର ସୌଭାଗ୍ୟ ନେଇ ଆସିଥିବା ବେଳେ ରଥ ଅଘଟଣ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି l ବର୍ଷାର ସୁନ୍ଦର ପରିବେଶ ଭକ୍ତଙ୍କ ଆଧ୍ୟାତ୍ମିକ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିବା ବେଳେ ରଥ ବିଭ୍ରାନ୍ତି ପରିବେଶକୁ ଫିକା କରିଛି l ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହେଲେ ଭକ୍ତଗଣ ଆନନ୍ଦରେ ରଥ ଟଣା ଆରମ୍ୱ କରିଥିବା ବେଳେ ପାହୁଣ୍ଡେ ଗଡୁଣୁ ଏକ ମିଲ ଗୃହ ଉପରେ ମାଡ଼ି ଯାଇଥିଲା l ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ନନ୍ଦପୁର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ପାରମ୍ପରିକ ପରମ୍ପରାକୁ ବଜାୟ ରଖି ସ୍ଥାନୀୟ ତହସିଲଦାର ଦେବବ୍ରତ ମହାରଣା ରାଜା ବେଶରେ ସଜ୍ଜିତ ହୋଇ ମହାପ୍ରଭୁଙ୍କ ପବିତ୍ର ‘ଛେରା ପହଁରା’ ନୀତି ସମ୍ପାଦନ କରିଥିଲେ। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ନନ୍ଦପୁର ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ମଲ୍ଲିକ ଏବଂ ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଦିନ ଦ୍ୱିପହରରୁ ହିଁ ଟ୍ରାଫିକ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ରଖିଥିଲେ l ତେବେ ନନ୍ଦପୁର ଦେବତ୍ତର ବିଭାଗ କମିଟି ଅଧକ୍ଷ ତଥା ତହସିଲଦାର ଛେରା ପହଁରା ପରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ପାହୁଣ୍ଡେ ରଥ ଗଡ଼ୁଣୁ ରଥ ଅଘଟଣ ସମସ୍ତଙ୍କୁ ନିରାଶ କରିଛି l ପୁଲିସ ଓ ଦେବତ୍ତର ବିଭାଗର ତତ୍ପରତା ପରେ ମଧ୍ୟ ରଥ ଅଘଟଣ ନେଇ ସାଧାରଣରେ ଚର୍ଚ୍ଚା ବିଷୟ ହୋଇଛି l ଅଞ୍ଚଳବାସୀ ରଥ ଅଘଟଣ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଯାହା ଆଶଙ୍କା ରହିଥିଲା ତାହା ହେଲା ବୋଲି ଆଲୋଚନା ଜର ଧରିଛି l ତେବେ ଚଳିତ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ନେଇ ଯେଉଁ ଉଦ୍ୟମ ରହିଥିଲା ଗତ ସପ୍ତାହ ବ୍ୟାପି ଯେଉଁ କଥା କୁହାଯାଉଥିଲା ଯେଉଁ କଥାକୁ ନେଇ ଆଶଙ୍କା ରହିଥିଲା ତାହା ହେଲା ବୋଲି ନନ୍ଦପୁର ବାସୀ କହିଛନ୍ତି l ସେପଟେ ଦୁଇ ଦିନ ପୂର୍ବେ ରଥ ଯାତ୍ରା ପ୍ରସ୍ତୁତି ବୈଠକ ପୁଲିସ୍ ପକ୍ଷରୁ ସୂଚାଇ ଦେଇଥିବା ଆଶଙ୍କାକୁ ନେଇ ସଜାଗ ରହିବା ସହ ଆଗୁଆ ସତର୍କ କରାଯାଇ ଥିଲେ ମଧ୍ୟ ରଥ ଅଘଟଣକୁ ଏଡ଼ାଇ ଯାଇନଥିଲା l ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ମହଲରେ ଏହି ଆଶଙ୍କା ପରେ ମଧ୍ୟ ତ୍ରୁଟି ସୁଧାର କରାଗଲା ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି l ଦୀର୍ଘ ଏକ ଘଣ୍ଟା ନେଇ ଉଦ୍ଧାର କାର୍ଯ୍ୟ ପରେ ରଥ ଟାଣ ସ୍ବାଭାବିକ ହୋଇଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରିଛନ୍ତି l ତେବେ ସନ୍ଧ୍ୟା ଖବର ଲେଖା ହେବ ବେଳକୁ ରଥ ଅଧ ବାଟରେ ରହିଥିବା ଦେଖା ଯାଇଛି। କଳିଙ୍ଗ ଫୋକସ

Spread the love

Leave a Reply

Your email address will not be published. Required fields are marked *