ପ୍ରଶାସନ ର ମନମାନୀ ଯୋଗୁଁ ସାଧାରଣ ଲୋକ ହୋଇରାଣ ,
ସାହାରପଡା ତା 18/7 ସାହାରପଡା ଠାରୁ ମାଛଗଡ ଦମାହୁଦା ପଞ୍ଚାୟତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଉପରେ ୩ ରୁ ଅଧିକ ସ୍ତନ ରେ ଦେଓ କେନାଲର କରଞ୍ଜିଆ ଶାଖା ଦ୍ଵାରା ରାସ୍ତା କଟାଯାଇ କେନାଲ ନିର୍ମାଣ କରାଯାଇଛି ଆଜକୁ ପ୍ରାୟ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା ତିଆରି କରିବାର ନା ଧରୁ ନାହିଁ ବିଭାଗ, ଦେଓ କେନାଲର ନିର୍ବାହୀ ଯନ୍ତ୍ରୀ ଭଗବାନ ନାଏକ ଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ର ଟଙ୍କା ଅଛି ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କରି ଦେବ ଭାବି ଆମେ ତାକୁ କରୁ ନାହିଁ ବୋଲି କହିଥିଲେ, ମାତ୍ର ୩ ବର୍ଷ ତଳୁ ଉକ୍ତ ଟଙ୍କା ହଡ଼ପ ହୋଇଥିବା ବିଭାଗର ଜଣେ କର୍ମଚାରୀ କହିଛନ୍ତି , ହେଲେ A C କହୁଛନ୍ତି ରାସ୍ତା ତିଆରି କରିବ ଗ୍ରାମ୍ୟ ଉନ୍ନୟନ ବିଭାଗ , ହେଲେ ଏଠି ଦାୟି କିଏ ପ୍ରଶାସନ ନା ସାଧାରଣ ଲୋକ, / ସାହାରପଡା ରୁ ସଦାନନ୍ଦ ମହାନ୍ତ ଙ୍କ ରିପୋର୍ଟ କଳିଙ୍ଗ 24 NEWS