Header-News-Banner

ହିନ୍ଦୁ ଧର୍ମ ର ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ସେକ୍ଟର 17

0
WhatsApp Image 2026-03-28 at 11.25.30 AM

ସ୍ଥିତ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ଚାଳିଶା କେନ୍ଦ୍ର ରେ ରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରାମ ନବମୀ ଉତ୍ସବ ରେ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ଚାଳିଶା କେନ୍ଦ୍ର କୁ ରାଷ୍ଟ୍ରୀୟ ଛାତ୍ର ପରିଷଦ ମହାନଗର ରାଉରକେଲା ର ସଭାପତି ଶ୍ରୀ ପ୍ରତୀକ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ହସ୍ତ ରେ ଶ୍ରୀ ହନୁମାନ ଙ୍କ ଭବ୍ୟ ପତାକା ପୋତିଥିଲେ ଏବଂ ପୂଜା ଆରମ୍ଭ ହୋଇଥିଲା । ସମ୍ମାନିତ ଅତିଥି ଭାବେ ସେକ୍ଟର 15 ର ଗୁନା ଭାଇ , ସେକ୍ଟର 8 ର ଅର୍ଜୁନ , ରୋହନ , ସୁନିଲ ଯୋଗଦାନ କରିଥିଲେ ଏବଂ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ର ସଭାପତି ଶ୍ରୀମତୀ ଧରିତ୍ରୀ କୁମ୍ଭାର ଓ ସମ୍ପାଦକ ଶ୍ରୀମତୀ ସସ୍ମିତା ନାୟକ ଙ୍କ ସମେତ ଅନେକ ଭାଇ ଭଉଣୀ ମାନେ ଶ୍ରୀ ପ୍ରତୀକ ଚନ୍ଦ୍ର ଜେନା ଙ୍କୁ ଭବ୍ୟ ସ୍ଵାଗତ ରେ ସ୍ୱାଗତ କରି କାର୍ଯକ୍ରମ କୁ ସଫଳ କରାଇଥିଲେ । ମନ୍ଦିର ଟି କିପରି ଭାବେ ଆହୁରି ଉନ୍ନତ ହେବ ଓ ଏକ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇପାରିବ ତା ନେଇ ଶ୍ରୀ ପ୍ରତୀକ ଚନ୍ଦ୍ର ଜେନା ସ୍ଥାନୀୟ ଲୋକଙ୍କ ପାଖରେ ବସି ଆଲୋଚନା କରିଥିଲେ ଏବଂ ଯଦି ମନ୍ଦିର କାର୍ଯ ରେ କୌଣସି ଆବଶ୍ୟକତା ପଡ଼େ ତା ମଧ୍ୟ ସାହାଯ୍ୟ ର ହାତ ବଢାଇବେ ବୋଲି ପ୍ରତୀକ ତାଙ୍କ ଅଭିଭାସଣ ରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *