ଚମ୍ପୁଆ ପୋଲିସ ସବ୍ଡିଭିଜନରେ ସଫଳ ରକ୍ତଦାନ ଶିବିର ଆୟୋଜନ
ଚମ୍ପୁଆ, ୨୯/୩ (ୱାସୀମ ଆକ୍ରମ): ଚମ୍ପୁଆ ପୋଲିସ ସବ୍ଡିଭିଜନ ପ୍ରାଙ୍ଗଣରେ ଆଜି ଏକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ଶିବିରରେ ପୋଲିସ କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କର ଉତ୍ସାହଭରା ଭାଗୀଦାରି ଦେଖିବାକୁ ମିଳିଥିଲା।
ଏହି ଅବସରରେ IIC ସୁରୂପ ନାଏକ, ASI ରବୋତି ବୁଡା ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ରକ୍ତଦାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଲୋକମାନଙ୍କୁ ଏଥିପାଇଁ ପ୍ରେରିତ କରିଥିଲେ।
ଶିବିରରେ ଅନେକ ସ୍ୱେଚ୍ଛାସେବୀ ସ୍ୱଇଚ୍ଛାରେ ଆଗକୁ ଆସି ରକ୍ତଦାନ କରିଥିଲେ, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।
ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ଆପତ୍କାଳୀନ ସମୟରେ ଆବଶ୍ୟକ ଥିବା ରୋଗୀମାନଙ୍କୁ ସହାୟତା ଯୋଗାଇବା। ଶିବିରଟିକୁ ସାଧାରଣ ଲୋକଙ୍କ ପକ୍ଷରୁ ଭଲ ପ୍ରତିସାଦ ମିଳିଥିଲା।