Header-News-Banner

ଇଞ୍ଚୁଡ଼ି କଳାମାଟିଆ ଉପକୂଳରେ ଓୟୁଜେ ର ବେଳାଭୂମି ସ୍ୱଚ୍ଛତା ଅଭିଯାନ

0
WhatsApp Image 2026-03-27 at 6.58.37 PM

ଖଇରା 27/03/( ସଂଜୟ କୁମାର ବେହେରା)ଓଡ଼ିଶା ସାମ୍ୱାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଲବଣ ସତ୍ୟାଗ୍ରହର ସ୍ମୃତି ପୀଠ ଇଁଛୁଡ଼ି ର ସମୁଦ୍ର କୂଳ କଳାମାଟିଆ ପାହି ରେ ବେଳାଭୂମି ସ୍ୱଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇ ଯାଇଛି।ଏହି ଅବସରରେ ୟୁନିଅନ ପକ୍ଷରୁ ବେଳାଭୂମି ରେ ପଡିରହିଥିବା ବିଭିନ୍ନ ଅଦରକାରୀ ସାମଗ୍ରୀ କୁ ସଫେଇ କରଯାଇଥିଲା ।ବିଶେଷ କରି ବେଳାଭୂମି ବୁଲିବାକୁ ଓ ବଣଭୋଜି କରିବାକୁ ଆସୁଥିବା ଲୋକେ ବ୍ୟବହୃତ କରୁଥିବା ସାମଗ୍ରୀ କୁ ଏଣେତେଣେ ଫୋପାଡି ଦେଇ ପଳାଇଯାନ୍ତି ।ଏହାଦ୍ଵାରା ସମ୍ପୃକ୍ତ ଅଞ୍ଚଳର ଲୋକେ ନାନା ପ୍ରକାର ସ୍ଵାସ୍ଥ୍ୟଗତ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ଓ ପରିବେଶ ପ୍ରଦୂଷିତ ହୋଇଥାଏ। ସମୂଦ୍ର ଉପକୂଳ ବାସୀ ମାନେ ଏ ଦିଗରେ ସଚେତନ ହେବାକୁ ୟୁନିଅନର ସଦସ୍ୟ ମାନେ ଉପକୂଳ ଗ୍ରାମବାସୀ ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ବେଳାଭୂମିର ପରିବେଶ ସୁରକ୍ଷା ସହିତ ସମୁଦ୍ର ପଥରେ ବେଆଇନ ଅନୁପ୍ରବେଶ କୁ ରୋକିବା ପାଇଁ ଉପକୂଳ ବାସୀ ଅଧିକ ସଚେତନ ହୋଇ କାମ କରିବା ଆବଶ୍ୟକ। ସମୁଦ୍ର ଉପକୂଳରେ ରହୁଥିବା ଲୋକେ ଅନୁପ୍ରବେଶ କାରୀ ଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ କୁ ଜଣାଇବା ଆବଶ୍ୟକ। ଇଞ୍ଚୁଡି ସରପଞ୍ଚ ରମଣୀ ରଂଜନ ମହାଳିକ କହିଲେ ଯେ, ସାମ୍ୱାଦିକ ମାନଙ୍କ ଏହି ସଚେତନତା ମୂଳକ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ବେଳାଭୂମି ସଫେଇ ଦ୍ବାରା ଉପକୂଳ ର ପରିବେଶ ଭଲ ରହିବ ବୋଲି ସେ କହିଥିଲେ।ସଚେତନତା ଦ୍ୱାରା ଜନସାଧାରଣ ଅଧିକ କିଛି ଜାଣିବାକୁ ପାଇଲେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ସାମ୍ୱାଦିକ ଅନାମ ଚରଣ ପଣ୍ଡା, ଶିଶିର କୁମାର ଦାସ, ରାମ ନାରାୟଣ ଶତପଥି, ସୁରେଶ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଗାଣ,ଅରୂପ କୁମାର ଦାସ ,,ସୋମନାଥ ସାହୁ,, ରମାକାନ୍ତ ପଣ୍ଡା, କହ୍ନେଇ ଚରଣ ପ୍ରଧାନ,ଉତ୍କଳବନ୍ଧୁ ପଣ୍ଡା, ଶମ୍ଭୁନାଥ ନାୟକ, କୈଳାସ ଚନ୍ଦ୍ର ଦାସ, ବଳରାମ ଲେଙ୍କା, ସୁଶାନ୍ତ କୁମାର ବେହେରା, ଶ୍ରିଲେଖା ସାହୁ, ଜୟଦେବ ଆଚାର୍ଯ୍ୟ, ଭବାନୀ ଶଙ୍କର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ଵର ଦାସ, ରାମଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଯାନା ପ୍ରମୁଖ ସଫେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *